ETV Bharat / state

ଚର୍ମରୋଗରେ ପୀଡିତ ଦୁଇ ଭାଇଭଉଣୀ, ସହାୟତା ପାଇଁ ବାପାଙ୍କ ଗୁହାରି - ସହାୟତା ପାଇଁ ବାପାଙ୍କ ଗୁହାରି

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁରେ ଦୁରାରୋଗ୍ୟ ଚର୍ମରୋଗରେ ଆକ୍ରାନ୍ତ ଦୁଇ ଭାଇଭଉଣୀ । ଆଉ ଅସହାୟ ପିତା ଏବେ ଅନାଇ ବସିଛନ୍ତି ସରକାରୀ ସହାୟତାକୁ । ଅଧିକ ପଢନ୍ତୁ

ଚର୍ମରୋଗରେ ପୀଡିତ ଦୁଇ ଭାଇଭଉଣୀ, ସହାୟତା ପାଇଁ ବାପାଙ୍କ ଗୁହାରି

author img

By

Published : Nov 23, 2021, 4:37 PM IST

ବୌଦ୍ଧ: ଦୁରାରୋଗ୍ୟ ଚର୍ମରୋଗରେ ଆକ୍ରାନ୍ତ ଦୁଇ ଭାଇଭଉଣୀ । ମୁହଁ ଧିରେ ଧିରେ ଶୁଖି ଶୁଖି ଯାଉଛି । ଆଉ ଅସହାୟ ପିତା ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁରେ ।

ଚର୍ମରୋଗରେ ପୀଡିତ ଦୁଇ ଭାଇଭଉଣୀ, ସହାୟତା ପାଇଁ ବାପାଙ୍କ ଗୁହାରି

ସେହି ଗ୍ରାମର ଲକ୍ଷପତି ରଣାଙ୍କ ଝିଅ ଟେଟ ଓ ପୁଅ ସୁଦାମ ଜନ୍ମର ପାଞ୍ଚ ବର୍ଷ ପରେ ଏକ ଅଜଣା ଚର୍ମରୋଗରେ ଆକ୍ରାନ୍ତ ହୋଇଥିଲେ । ବୟସ ବୃଦ୍ଧି ସାଙ୍ଗକୁ ସେମାନଙ୍କ ଚର୍ମରୋଗର ଆକାର ମଧ୍ୟ ବଢିବାକୁ ଲାଗିଲା । ଆଉ ଧିରେ ଧିରେ ମୁହଁ ବିକୃତ ହେବାକୁ ବସିଲା । ପିତା ଉଭୟଙ୍କ ଚିକିତ୍ସା ପାଇଁ ଘରେ ଯାହା ଥିଲା ସବୁକିଛି ସାରି ବିଭିନ୍ନ ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି । ଯେତେ ଯାହା ଅର୍ଥ ଥିଲା, ତାହା ମଧ୍ୟ ସରିଗଲାଣି । ହେଲେ ରୋଗ ଭଲ ହେଉନି । ଏବେ ଦୁଇ ଭାଇଭଉଣୀଙ୍କ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଥିବା ଯୋଗୁଁ ସେମାନଙ୍କ ଶରୀର ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ।

ତେବେ ବୌଦ୍ଧ ଜିଲ୍ଲାରେ ଏଭଳି ଦୁରାରୋଗ୍ୟ ଚର୍ମରୋଗ ଓ କିଡନୀ ରୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଆଉ ଗୋଟିଏ ଦିନ ପରେ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡର ଶୁଭାରମ୍ଭ ହେବାକୁ ଥିବାବେଳେ ଏଭଳି ରୋଗୀଙ୍କ ପାଇଁ ସହାୟକ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.