ETV Bharat / state

ଆକ୍ରାନ୍ତଙ୍କ ଅଞ୍ଚଳ ପରିଦର୍ଶନ କଲେ ବୌଦ୍ଧ ପ୍ରଶାସନ - ବୌଦ୍ଧ କୋରୋନା ନ୍ୟୁଜ

ଗୋଟିଏ ଦିନରେ ବୌଦ୍ଧରୁ 3 କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାଣିବାକୁ ପ୍ରୟାସ ଚଳାଇଛି ଜିଲ୍ଲା ପ୍ରଶାସନ । ତେବେ ଆକ୍ରାନ୍ତଙ୍କ ପରିବାର ନିକଟରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ସର୍ବିଶେଷ ଆଲୋଚନା ସହ ଅଞ୍ଚଳବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

_corona
ଆକ୍ରାନ୍ତଙ୍କ ଅଞ୍ଚଳ ପରିଦର୍ଶନ କଲେ ବୌଦ୍ଧ ପ୍ରଶାସନ
author img

By

Published : May 11, 2020, 4:24 PM IST

ବୌଦ୍ଧ: ଗୋଟିଏ ଦିନରେ ବୌଦ୍ଧରୁ 3 କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାଣିବାକୁ ପ୍ରୟାସ ଚଳାଇଛି ଜିଲ୍ଲା ପ୍ରଶାସନ । ତେବେ ଆକ୍ରାନ୍ତଙ୍କ ପରିବାର ନିକଟରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ସର୍ବିଶେଷ ଆଲୋଚନା ସହ ଅଞ୍ଚଳବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ ରବିବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ଗୋଟିଏ ଦିନରେ ତିନୋଟି କୋରୋନା ପଜେଟିଭ ଚିହ୍ନଟ ହେବା ପରେ ସାଧାରଣ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଆକ୍ରାନ୍ତ ତିନି ଜଣଙ୍କୁ ରବିବାର ରାତିରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସମ ହସପିଟାଲ ଚିକିତ୍ସା ପାଇଁ ପଠାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି ।

ଆକ୍ରାନ୍ତଙ୍କ ଅଞ୍ଚଳ ପରିଦର୍ଶନ କଲେ ବୌଦ୍ଧ ପ୍ରଶାସନ

ସେପଟେ ସୋମବାର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ଜଗତୀ ଗ୍ରାମ ଓ ଖୁଣ୍ଟବନ୍ଧ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ, ସିଡିଏମଓ, ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ଆକ୍ରାନ୍ତଙ୍କ ପରିବାର ସହିତ ଅଧିକ ଆଲୋଚନା କରିଛନ୍ତି । ଏଥିସହିତ ଅଞ୍ଚଳବାସୀଙ୍କୁ ସଚେତନ ରହିବାକୁ ଅନୁରୋଧ କରାଯାଇଛି । ଗୋଟିଏ ଦିନରେ ତିନି ପଜେଟିଭ ଚିହ୍ନଟ ପରେ ସାଧାରଣ ଲୋକ ଆତଙ୍କିତ ଥିଲେ ମଧ୍ୟ ସଚେତନ ହେଉ ନଥିବାରୁ ବୁଦ୍ଧିଜୀବୀ ଚିନ୍ତା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.