ETV Bharat / state

ଚାଷୀଙ୍କ ଧାନକ୍ରୟ ପାଇଁ ଜିଲ୍ଲା ପ୍ରଶାସନ ଜାରି କଲା ନୂଆ ଗାଇଡଲାଇନ - ଚାଷୀଙ୍କ ଧାନକ୍ରୟ ପାଇଁ ଜିଲ୍ଲା ପ୍ରଶାସନର ନୂତନ ଗାଇଡଲାଇନ

ବୌଦ୍ଧ ଜିଲ୍ଲାରେ ଚାଷୀଙ୍କ ଧାନକ୍ରୟ ପାଇଁ ଜିଲ୍ଲା ପ୍ରଶାସନ ନୂଆ ଗାଇଡଲାଇନ ଜାରି କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Boudh administration issued new guidelines for rice procurement
ଚାଷୀଙ୍କ ଧାନକ୍ରୟ ପାଇଁ ଜିଲ୍ଲା ପ୍ରଶାସନ ଜାରି କଲା ନୂଆ ଗାଇଡଲାଇନ
author img

By

Published : Feb 19, 2021, 7:33 AM IST

ବୌଦ୍ଧ: ପ୍ରକୃତ ଚାଷୀଙ୍କ ଧାନବିକ୍ରିର ସୁଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ନୂତନ ଗାଇଡଲାଇନ ଜାରି କରିଛନ୍ତି । ତେବେ ଧାନବିକ୍ରି ଦୁର୍ନୀତିରେ ଲିପ୍ତ ସମବାୟ କର୍ମଚାରୀ, ରାଜସ୍ବ କର୍ମଚାରୀ ଓ କୃଷି କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଚାଷୀଙ୍କ ଧାନକ୍ରୟ ପାଇଁ ଜିଲ୍ଲା ପ୍ରଶାସନ ଜାରି କଲା ନୂଆ ଗାଇଡଲାଇନ

ଜିଲ୍ଲାର 60 ଗୋଟି ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ଧାନକିଣା ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରାଯାଇଥିବା ଟୋକନ ମଧ୍ୟରୁ 9500 ଜଣ ଚାଷୀ ଆଦୌ ଧାନବିକ୍ରି କରିପାରିନାହାନ୍ତି । ପ୍ରକୃତ ଚାଷୀଙ୍କୁ ସେମାନଙ୍କ ଧାନବିକ୍ରି ପାଇଁ ସୁଯୋଗ ଦେବା ପାଇଁ ଗୁରୁବାର ବୌଦ୍ଧ ଉପଜିଲ୍ଲାପାଳ ଅଶ୍ବିନୀ ମେହେର ନୂତନ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ସମବାୟ ପ୍ରଶାସନ ଯେଭଳି ପ୍ରତ୍ୟେକ ପ୍ୟାକ୍ସରେ ପ୍ରକୃତ ଚାଷୀଙ୍କ ଟୋକନ ଋଦ୍ଦ ନହୁଏ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହିତ ଖୋଦ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ କୌଣସି ମୂହୁର୍ତ୍ତରେ ମଧ୍ୟ ଅତର୍କିତ ଚଢ଼ାଉ କରି ବେପାରୀ ଓ ଦଲାଲଙ୍କ ସବୁ ଯୋଜନା ପଣ୍ଡ ପାଇଁ ଋଣ କୌଶଳ ପ୍ରସ୍ତୁତ କରିଛନ୍ତି । ସେପଟେ ପ୍ରକୃତ ଚାଷୀଙ୍କ ଧାନକିଣା, ଟୋକନ ବ୍ୟବସ୍ଥା ସମ୍ପର୍କରେ ତଥା ଆଟ ଓ ଜଳାଶୟକୁ ଚାଷଜମି ଦର୍ଶାଇ ଧାନବିକ୍ରି ଦୁର୍ନୀତିରେ ଲିପ୍ତ ସମସ୍ତ ସମବାୟ କର୍ମଚାରୀ, କୃଷି କ୍ଷେତ୍ର କର୍ମଚାରୀ ଓ ରାଜସ୍ବ ନିରୀକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.