ETV Bharat / state

ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ଦୁଃଖ ଶୁଣିଲା ପ୍ରଶାସନ

author img

By

Published : Oct 18, 2022, 7:55 PM IST

ଦୁର୍ଗମ ଅଞ୍ଚଳର ଅଧିବାସୀ ଜିଲ୍ଲା ପ୍ରଶାସନକୁ ଅଞ୍ଚଳର ଦୁଃଖ ଜଣାଇବାକୁ ପାହାଡ ଓହ୍ଲାଇ ଆସିଲେ । ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ଗରିବ ହିତାଧିକାରୀଙ୍କ ଦୁଃଖ ଶୁଣିବା ସହିତ ସାମାଜିକ ସୁରକ୍ଷା ଓ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଅଧିକ ପଢନ୍ତୁ

ଦୁର୍ଗମ ଆମ୍ବଝରୀ ପଞ୍ଚାୟତର ହିତାଧିକାରୀଙ୍କ ଦୁଃଖ ଶୁଣିଲା ପ୍ରଶାସନ

ବୌଦ୍ଧ: ଜିଲ୍ଲାର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳର ପଞ୍ଚାୟତରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ । ଦୁର୍ଗମ ଅଞ୍ଚଳର ଅଧିବାସୀ ଜିଲ୍ଲା ପ୍ରଶାସନକୁ ଅଞ୍ଚଳର ଦୁଃଖ ଜଣାଇବାକୁ ପାହାଡି ଝରଣା ଡେଇଁ ଓହ୍ଲାଇ ଆସିଲେ । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ । ଉକ୍ତ ଅଞ୍ଚଳର ଆଦିବାସୀଙ୍କ ଦୁଃଖ ଶୁଣିବାକୁ ବୌଦ୍ଧ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଆମ୍ବଝରୀ ପଞ୍ଚାୟତ ଠାରେ ପହଞ୍ଚି ଥିଲେ । ଆଉ ଜଙ୍ଗଲ ପାହାଡ ଓହ୍ଲାଇ ଆସିଥିବା ହିତାଧିକାରୀଙ୍କ ସମସ୍ୟା ଶୁଣି ସେମାନଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ତଥା ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦେଇଥିଲେ ।

କିନ୍ତୁ ଅଦ୍ୟାବଧି ଆମ୍ବଝରୀ ପଞ୍ଚାୟତରେ ଗମନାଗମନ ଠାରୁ ନେଇ ଆବାସ ଯୋଜନାରେ ବ୍ୟାପକ ସମସ୍ୟା ରହିଥିବା ବେଳେ ବିଦ୍ୟୁତ, ପାନୀୟଜଳ, ରାସନ, ସାମାଜିକ ସୁରକ୍ଷା ଭଳି ଯୋଜନା ଅନେକାଂଶରେ ଅପହଞ୍ଚ ହୋଇ ରହିଛି । ତେଣୁ ଏ ସମ୍ପର୍କରେ ଅଞ୍ଚଳବାସୀ ବୌଦ୍ଧ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଙ୍କୁ ଭେଟି ଗୁହାରି ଜଣାଇଥିଲେ ।

ତେବେ ଏନେଇ ଆମ୍ବଝରୀ ର ତପିସା କର୍ଣ୍ଣ କହିଛନ୍ତି, "ଆମ୍ବଝରୀ ଗ୍ରାମର ଲୋକମାନେ କୌଣସି ସହାୟତ ପାଇପାରୁ ନାହାନ୍ତି । ଡାକ୍ତଖାନାରେ ଡାକ୍ତର ନାହାନ୍ତି, ଘର ନାହିଁ, ସରକାରୀ ସୁବିଧା ମିଳିପାରୁ ନାହିଁ, ଗମନାଗମନର ମଧ୍ୟ କୌଣସି ସୁବିଧା ନାହିଁ । ଏହି ଗ୍ରାମ ଏକ ଆଦର୍ଶ ଗ୍ରାମ ହୋଇଥିବା ସତ୍ତ୍ବେ ଗ୍ରାମରେ କୌଣସି ସୁବଧା ପାଇପାରୁ ନାହାନ୍ତି ଗ୍ରାମବାସୀ ।" ସେଥିପାଇଁ ଆମେ ଜିଲ୍ଲାପଳଙ୍କୁ ଆସିଛୁ ଦେଖା କରିବାକୁ ଏଥିସହ ଆମେ ଆଶା କରୁଛୁ ଯେ ଜିଲ୍ଲାପାଳ ଆମକୁ ସହାୟତା ଯୋଗାଇଦେବେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.