ବୌଦ୍ଧ: ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗୋଟିଏ ପଟରେ ମହାନଦୀରେ ଜଳପ୍ରବାହ କମିଯାଇ ଥିବାବେଳେ ଅନ୍ୟପଟେ ବନାଗ୍ନି ଯୋଗୁଁ ପରିବେଶ ପ୍ରେମୀ ଚିନ୍ତିତ ହୋଇ ପଡିଛନ୍ତି । ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ସିଝୁଛି ସାରା ଜିଲ୍ଲା ।
ଜିଲ୍ଲାର ବିଭିନ୍ନ ନଦନଦୀ ଶୁଖିଯିବାକୁ ବସି ଥିବାବେଳେ ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଜିଲ୍ଲାରେ ଉତ୍ତାପ ବୃଦ୍ଧି କରୁଛି । ବୌଦ୍ଧ ଜିଲ୍ଲାରେ ତାପମାତ୍ରା ଗତ ପାଞ୍ଚ ଦିନ ହେଲା 40 ଡିଗ୍ରୀ ଉପରେ ରହୁଛି । ଦିନ ଏଗାରଟା ବେଳକୁ ରାସ୍ତା ଘାଟ ଖାଲି ହୋଇଯାଉଛି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ବର୍ତ୍ତମାନ ଜଳପ୍ରବାହ ସମ୍ପୂର୍ଣ୍ଣ କମିଯାଇଛି ।
ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କଣ୍ଟାମାଳ ବନାଞ୍ଚଳରେ ବନାଗ୍ନି ଯୋଗୁଁ ଜଙ୍ଗଲରେ ହାତୀପଲ ଫସି ରହିଥିବା ଜଣାପଡିଛି । ଜିଲ୍ଲାରେ ବୃଦ୍ଧି ପାଉଥିବା ଉତ୍ତାପ ତଥା ଅଂଶୁଘାତକୁ ନେଇ ଜିଲ୍ଲା ପ୍ରଶାସନ ଜରୁରୀ ବୈଠକ କରିଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ