ETV Bharat / state

5T ରେ ଅନ୍ତର୍ଭୁକ୍ତ ହେବା ପରେ ବଦଳିବ ଆଦର୍ଶ ବିଦ୍ୟାଳୟର ଚିତ୍ର

ବଦଳିବ ସମସ୍ୟା ଘେରରେ ଥିବା ବୌଦ୍ଧ ଜିଲ୍ଲାର 3 ଆଦର୍ଶ ବିଦ୍ୟାଳୟର ଚିତ୍ର । ଏନେଇ ସମ୍ଭାବନା ସୃଷ୍ଟି ହେବାପରେ ଖୁସି ବ୍ୟକ୍ତ କରିଛନ୍ତି ଅଭିଭାବକ । ଅଧିକ ପଢନ୍ତୁ...

author img

By

Published : Nov 9, 2021, 12:53 PM IST

5T ରେ ଅନ୍ତର୍ଭୁକ୍ତ ହେବା ପରେ ବଦଳିବ ଆଦର୍ଶ ବିଦ୍ୟାଳୟର ଚିତ୍ର
5T ରେ ଅନ୍ତର୍ଭୁକ୍ତ ହେବା ପରେ ବଦଳିବ ଆଦର୍ଶ ବିଦ୍ୟାଳୟର ଚିତ୍ର

ବୌଦ୍ଧ: ବଦଳିବ ସମସ୍ୟା ଘେରରେ ଥିବା ବୌଦ୍ଧ ଜିଲ୍ଲାର ଆଦର୍ଶ ବିଦ୍ୟାଳୟର ଚିତ୍ର । ଏନେଇ ସମ୍ଭାବନା ସୃଷ୍ଟି ହେବାପରେ ଖୁସି ବ୍ୟକ୍ତ କରିଛନ୍ତି ଅଭିଭାବକ । ବୌଦ୍ଧ ଜିଲ୍ଲାର ସଦର ବ୍ଲକର ତେତେଲେଙ୍ଗା, କଣ୍ଟାମାଳ ବ୍ଲକର ଅଇଁଳାଚୂଆଁ ଓ ହରଭଙ୍ଗା ବ୍ଲକର ମଣିପୁରଠାରେ ରହିଛି ଆଦର୍ଶ ବିଦ୍ୟାଳୟ ।

2017 ମସିହାରୁ ଆରମ୍ଭ ହୋଇଥିବା ଏସବୁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭାବଠାରୁ ନେଇ ରାସ୍ତା, ପାନୀୟଜଳ ଓ ସର୍ବୋପରି ଛାତ୍ରଛାତ୍ରୀ ନିବାସ ନେଇ ସମସ୍ୟା ଲାଗି ରହୁଥିଲା । କିନ୍ତୁ ବର୍ତ୍ତମାନ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ସହ ସେଠାରେ ଛାତ୍ରୀ ନିବାସ ନିର୍ମାଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାସହ ଏହି ଆଦର୍ଶ ବିଦ୍ୟାଳୟ 5T ଅନ୍ତର୍ଭୁକ୍ତ ପାଇଁ ଚୂଡାନ୍ତ ହୋଇଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

ତେବେ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟଠାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ, ଜିଲ୍ଲାପାଳ, ପିଡି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.