ETV Bharat / state

ବଢୁଛି ସଡ଼କ ଦୁର୍ଘଟଣା, ନୀରବ ଦ୍ରଷ୍ଟା ସାଜିଛି ରାଜପଥ ବିଭାଗ - ରାଜପଥରେ ବଢୁଛି ଦୁର୍ଘଟଣା ସଂଖ୍ୟା

ରାଜପଥରେ ଗଡୁଛି ମୁଣ୍ଡ ପରେ ମୁଣ୍ଡ । ଥମିବାରେ ନାଁ ଧରୁନି ମୃତ୍ୟୁହାର । ସେପଟେ ସଚେତନ କରିବାରେ ବିଫଳ ପ୍ରଶାସନ ।

ବଢୁଛି ସଡ଼କ ଦୁର୍ଘଟଣା
author img

By

Published : Oct 5, 2019, 3:24 PM IST

ବୌଦ୍ଧ: ମରଣାଯନ୍ତା ପାଲଟିଛି 57ନଂ ଜାତୀୟ ରାଜପଥ । ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟିବା ଏକ ସାଧାରଣ କଥା ପାଲଟିଛି । ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ଚାଲିଯାଉଛି ଅନେକ ଧନଜୀବନ। ତେବେ ଗତ ବର୍ଷକ ମଧ୍ୟରେ ଶତାଧିକଙ୍କ ପ୍ରାଣହାନୀ ହୋଇଥିବା ବେଳେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ।

57 ନମ୍ବର ଜାତୀୟ ରାଜପଥ ବାରିଙ୍ଗି ଠାରୁ ମନମୁଣ୍ଡା ଓ ମନମୁଣ୍ଡାରୁ ଖୁଣ୍ଟିଗୋର ପର୍ଯ୍ୟନ୍ତ ଏବଂ 42 ନମ୍ବର ରାଜ୍ୟ ରାଜପଥ ସହିତ କୁଶଙ୍ଗ, ଶଗଡା, ବଘିଆପଡା ଭଳି ବିଭିନ୍ନ ସ୍ଥାନକୁ ଯୋଗାଯୋଗ କରୁଥିବା ରାସ୍ତା ବର୍ତ୍ତମାନ ବିପଦସଙ୍କୁଳ ହୋଇପଡିଛି । ବିଶେଷ ଭାବେ ପାର୍ବଣ ଋତୁ ତଥା ଭୋଜିଭାତ ସମୟରେ ଅଧିକାଂଶ ଦୁର୍ଘଟଣା ଘଟୁଥିବାର ନଜିର ରହିଛି।

ଗତ ଶୁକ୍ରବାର, ଲାଣ୍ଡିବନ୍ଧ ଛକ ନିକଟରେ ଟ୍ରକ ଧକ୍କାରେ ଝାଙ୍କର ଭୋକ୍ତାଙ୍କ (୬୫) ମୃତ୍ୟୁ ହୋଇଥିଲା ବେଳେ ସେହି ଦିନ ସନ୍ଧ୍ୟାରେ ମୁଷୃଣ୍ଢି ଛକରେ ଅନ୍ୟ ଏକ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମନମୁଣ୍ଡାରେ ଦୁର୍ଘଟଣାଗ୍ରସ୍ତ ଏକ ଟ୍ରକ ଯୋଗୁଁ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି, କିନ୍ତୁ ରାଜପଥ ବିଭାଗ ସମ୍ପୂର୍ଣ୍ଣ ନିରବ ଦ୍ରଷ୍ଟା ସାଜି ବସିଛି । ପ୍ରତ୍ୟେକ ଦିନ ରାସ୍ତା ଦୁର୍ଘଟଣାରେ ଧନ ଜୀବନହାନୀ ହେଉଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ରାଜପଥରେ ମୁଣ୍ଡ ପରେ ମୁଣ୍ଡ ଗଡୁଛି ଓ ଦୁର୍ଘଟଣା ର ହାର ମଧ୍ୟ ବଢୁଛି ।କିନ୍ତୁ ସଚେତନତା ସୃଷ୍ଟି କରିବାରେ ବିଫଳ ପ୍ରଶାସନ ।
ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଯାଇଛି ।ପ୍ରତ୍ୟେକ ଦିନ ଛୋଟବଡ ରାସ୍ତା ଦୁର୍ଘଟଣା ଯୋଗୁଁ ଧନଜୀବନ ହାନି ହେବାରେ ଲାଗିଛି ।ଗତବର୍ଷକ ମଧ୍ୟରେ ଜିଲ୍ଲାରେ କେବଳ ସଡକ ଦୁର୍ଘଟଣା ରେ ଶତାଧିକ ଜୀବନ ହାନି ଘଟିଥିବା ଜଣାପଡିଛି ।ଜିଲ୍ଲା ମଧ୍ୟରେ୫୭ ନମ୍ବର ଜାତୀୟ ରାଜପଥ ବାରିଙ୍ଗି ଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଓ ମନମୁଣ୍ଡା ଠାରୁ ଖୁଣ୍ଟିଗୋରା ପର୍ଯ୍ୟନ୍ତ ୪୨ ନମ୍ବର ରାଜ୍ୟ ରାଜପଥ ସହିତ କୁଶଙ୍ଗ, ଶଗଡା,ବଘିଆପଡା ଭଳି ବିଭିନ୍ନ ସ୍ଥାନକୁଯୋଗାଯୋଗ କରୁଥିବା ରାସ୍ତା ଏବେ ବିପଦଶଙ୍କୁଳ ହୋଇପଡିଛି ।ବିଶେଷ ଭାବରେ ପାର୍ବଣ ଋତୁ ଓ ଭୋଜିଭାତ ସମୟରେ ଏସବୁ ଦୁର୍ଘଟଣା ର ଆଶଙ୍କା ଅଧିକ ରହୁଥିବା ରୁ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।ଶୁକ୍ରବାର ଦିନ ସକାଳୁ ଲାଣ୍ଡିବନ୍ଧ ଛକ ନିକଟରେ ଟ୍ରକ ଧକ୍କା ରେ ଝାଙ୍କର ଭୋକ୍ତା(୬୫) ଙ୍କ ମୃତ୍ୟୁ ହୋଇଥିଲା ବେଳେ ସନ୍ଧ୍ୟା ସାଢେ ଛଟାରେ ମୁଷୃଣ୍ଢି ଛକ ନିକଟରେ ଶଙ୍କର ଦେହୁରୀ(୫୦) ଙ୍କ ମୃତ୍ୟୁ ହୋଇଛି ।ଆଉ ବିଗତ ଦିନରେ ମନମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ଏକ ଟ୍ରକ ଯୋଗୁଁ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି ।କିନ୍ତୁ ରାଜପଥ ବିଭାଗ ସମ୍ପୂର୍ଣ୍ଣ ନିରବ ଦ୍ରଷ୍ଟା ସାଜି ବସିଛି ।ପ୍ରତ୍ୟେକ ଦିନ ରାସ୍ତା ଦୁର୍ଘଟଣା ରେ ଧନ ଜୀବନ ହାନି ହେଉଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Body:ବଢୁଛି ରାସ୍ତା ଦୁର୍ଘଟଣା, ନୀରବ ଦ୍ରଷ୍ଟା ସାଜିଛି ରାଜପଥ ବିଭାଗ ।

Conclusion:ବାଇଟ-୧-ମନୁ ବେହେରା,ମନମୁଣ୍ଡାବାସୀ
ବାଇଟ-୨-କୁନୀ ମହାରଣା, ସ୍ଥାନୀୟ ବାସିନ୍ଦା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.