ETV Bharat / state

ବୌଦ୍ଧ ସହର ପ୍ରମୁଖ ଅଞ୍ଚଳକୁ ବ୍ଲକିଂ କଲା ପୋଲିସ

author img

By

Published : May 22, 2021, 8:18 AM IST

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧ ସହର ପ୍ରମୁଖ ଅଞ୍ଚଳକୁ ବ୍ଲକିଂ କଲା ପୋଲିସ
ବୌଦ୍ଧ ସହର ପ୍ରମୁଖ ଅଞ୍ଚଳକୁ ବ୍ଲକିଂ କଲା ପୋଲିସ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବୌଦ୍ଧ ଜିଲ୍ଲାର ଚାରିଛକ, କଣ୍ଟାମାଳ,ବାଉଁଶୁଣୀ, ମନମୁଣ୍ଡା, ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂକୁ ଯୋରଦାର କରାଯାଇଛି ।

ସେପଟେ ପ୍ରଥମ ଥର ପାଇଁ ବୌଦ୍ଧ ପୋଲିସ ଏନଏସି ଛକ ଠାରୁ ଟାଉନହଲ ଛକ ଓ ଭୈରବୀ ବଜାର ଠାରୁ ଗଣେଶ ବଜାର ଛଟ ପର୍ଯ୍ୟନ୍ତ ସମସ୍ତ ବଜାର ସ୍ଥାନକୁ ବ୍ଲକିଂ କରିଯାଇଥିଲା । ତଥାପି ଅନେକ ଅମାନିଆ ବାଇକ ଧରି ବୁଲୁଥିବାରୁ ପୋଲିସ ସୋମାନଙ୍କଠାରୁ ଫାଇନ ଆଦାୟ କରିଥିଲା । ସେହିପରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶୁକ୍ରବାର 365 ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ପୁଣି ନୂତନ 18 ଗୋଟି ସଂକ୍ରମିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ତଥାପି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିବାହ ଉତ୍ସବ ଯୋଗୁଁ ଗଣ ସଂକ୍ରମଣର ଭୟ ରହିଥିବା ସୂଚନା ମିଳିଛି । ସେପଟେ ଏଭଳି ସମୟରେ ଅମାନିଆ ଓ ଆଇନ ଉଲଙ୍ଘନକାରୀଙ୍କ ଠାରୁ ଆଦାୟ କରାଯାଉଥିବା ଫାଇନ ବାବଦ ଅର୍ଥକୁ ଜିଲ୍ଲା ସ୍ତରରେ ଏକ କୋଭିଡ ଫଣ୍ଡ ଗଠନ କରାଯାଇ ଉକ୍ତ ଅର୍ଥକୁ କୋଭିଡ କାର୍ଯ୍ୟରେ ବିନିଯୋଗ ପାଇଁ ବୁଦ୍ଧିଜୀବୀ ପ୍ରସ୍ତାବ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.