ETV Bharat / state

ଜିଲ୍ଲା ସମିତି ସଭ୍ୟଙ୍କୁ ଅଣଦେଖା କରୁଛି ବ୍ଲକ ପ୍ରଶାସନ, ଆନ୍ଦୋଳନ ପାଇଁ ସଜବାଜ - ବୌଦ୍ଧ ଜିଲ୍ଲା ହରଭଙ୍ଗା

ବୌଦ୍ଧର ପଞ୍ଚାୟତ ସ୍ତରରୁ ନିର୍ବାଚିତ ହୋଇ ଆସିଥିବା ସମିତି ସଭ୍ୟ ସଭ୍ୟାଙ୍କୁ ବ୍ଲକ ପ୍ରଶାସନ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟମାନେ ପ୍ରଶାସନିକ ଉଦାସୀନତା ବିରୋଧରେ ମେଳି ବାନ୍ଧିଥିବା ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଜିଲ୍ଲା ସମିତି ସଭ୍ୟଙ୍କୁ ଅଣଦେଖା କରୁଛି ବ୍ଲକ ପ୍ରଶାସନ, ଆନ୍ଦୋଳନ ପାଇଁ ସଜବାଜ

author img

By ETV Bharat Odisha Team

Published : Oct 15, 2023, 7:08 AM IST

ଜିଲ୍ଲା ସମିତି ସଭ୍ୟଙ୍କୁ ଅଣଦେଖା କରୁଛି ବ୍ଲକ ପ୍ରଶାସନ, ଆନ୍ଦୋଳନ ପାଇଁ ସଜବାଜ

ବୌଦ୍ଧ: ଜିଲ୍ଲାର ପଞ୍ଚାୟତ ସ୍ତରରୁ ନିର୍ବାଚିତ ହୋଇ ଆସିଥିବା ସମିତି ସଭ୍ୟସଭ୍ୟାଙ୍କୁ ବ୍ଲକ ପ୍ରଶାସନ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଛି । ଆଜି ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟସଭ୍ୟାମାନେ ପ୍ରଶାସନିକ ଉଦାସୀନତା ବିରୋଧରେ ମେଳି ବାନ୍ଧିଥିବା ନେଇ ସୂଚନା ମିଳିଛି ।

ଜିଲ୍ଲାର ପଞ୍ଚାୟତ ସ୍ତରରୁ ନିର୍ବାଚିତ ହୋଇ ଆସିଥିବା ସମିତି ସଭ୍ୟ ସଭ୍ୟାଙ୍କୁ ବ୍ଲକ ପ୍ରଶାସନ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଛି। ଆଜି ଜିଲ୍ଲାର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ସମିତି ସଭ୍ୟ ସଭ୍ୟା ମାନେ ପ୍ରଶାସନିକ ଉଦାସୀନତା ବିରୋଧରେ ମେଳି ବାନ୍ଧିଥିବା ନେଇ ସୂଚନା ମିଳିଛି । ବ୍ଲକ ପ୍ରଶାସନର ମନୋମୁଖୀ କାର୍ଯ୍ୟ ତଥା ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅଣଦେଖାକୁ ନେଇ ଜିଲ୍ଲାର ସମିତି ସଭ୍ୟମାନେ ଏକତ୍ରିତ ହୋଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ସମସ୍ତ ସମିତି ସଭ୍ୟମାନେ ଏକତ୍ରିତ ହୋଇ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଏନେଇ ବ୍ଲକ ପ୍ରଶାସନର ଭୂମିକାକୁ ତୀବ୍ର ବିରୋଧ କରିଥିଲେ । ବିଶେଷ ଭାବରେ ପଞ୍ଚଦଶ ଅର୍ଥ କମିଶନ, ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ସମିତି ସଭ୍ୟସଭ୍ୟାଙ୍କୁ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ- ସମସ୍ୟା ଘେରରେ ସମିତି ସଭ୍ୟ, ଆନ୍ଦୋଳନ ପାଇଁ ଦେଲେ ଚେତାବନୀ

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ ସଦର ମହକୁମା ଠାରେ ସମିତି ସଭ୍ୟସଭ୍ୟାଙ୍କ ପାଇଁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ନଥିବାରୁ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଗଛମୂଳରେ ନଚେତ ବ୍ଲକ ବାରଣ୍ଡାରେ ବୈଠକ କରିବାକୁ ପଡୁଛି । କେବଳ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ସମିତି ସଭ୍ୟଙ୍କ ପାଇଁ ବ୍ଲକରେ ସ୍ଥାନ ନଥିବା ଭଳି ମନେହୁଏ । ଏହାଛଡା ନିଜ ଅଞ୍ଚଳର ସମସ୍ୟା ତଥା ଲୋକଙ୍କ ପାଇଁ ଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନରେ ବ୍ଲକ ପ୍ରଶାସନ ସମିତି ସଭ୍ୟ ସଭ୍ୟା ମାନଙ୍କୁ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଛି ।

ଏନେଇ ଆଜି ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ପ୍ରାୟ ସମସ୍ତ ସମିତି ସଭ୍ୟ ସଭ୍ୟା ମାନେ ଯୋଗ ଦେଇ ସଙ୍ଗଠିତ ହୋଇ ଆଗାମୀ ଦିନରେ ସେମାନଙ୍କ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ପଞ୍ଚାୟତ ନିର୍ବାଚନର ପ୍ରାୟ ଦୁଇ ବର୍ଷ ପରେ ଜିଲ୍ଲାର ସମିତି ସଭ୍ୟ ସଂଘ ଗଠିତ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ସମିତି ସଂଘ ମାଧ୍ୟମରେ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.