ବୌଦ୍ଧ: BSKY ଯୋଜନାରେ ସ୍ମାର୍ଟ କାର୍ଡ ଶୁଭାରମ୍ଭ ପାଇଁ ଆସିଥିବା ବେଳେ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ (black flag 2 Minister) ସହ ଅଣ୍ଡାମାଡ । ଗତକାଲି ୨ ମନ୍ତ୍ରୀ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଅଣ୍ଡାମାଡ (Egg Hurled) କଲେ ବିଜେପି କର୍ମୀ ।
ମିଳିଥିବା ସୂଚନା ଅନୁଯାୟୀ ଗତାକଲି ବୌଦ୍ଧ ଜିଲ୍ଲାରେ BSKY ଯୋଜନାରେ ସ୍ମାର୍ଟ କାର୍ଡ ଶୁଭାରମ୍ଭ କାର୍ଯ୍ୟକ୍ରମ ଥିଲା । ଏନେଇ ଆୟୋଜିତ ଏକ ସଭାରେ ଯୋଗ ଦେବା ପାଇଁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆସୁଥିଲେ । ହଠାତ ଏହି ସମୟରେ ବଲାସିଙ୍ଘା ଠାରେ ଜିଲ୍ଲା ବିଜେପି ର ଯୁବ କର୍ମୀ ମାନେ କଳାପତାକା ପ୍ରଦର୍ଶନ ସହିତ ଅଣ୍ଡା ମାଡ (Egg Hurled) କରିଥିଲେ । ତେବେ ଘଟଣା ଘଟିବା ନେଇ ପୋଲିସ ନିକଟରେ ସୂଚନା ଥିଲେ ମଧ୍ୟ କିଭଳି ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ସେନେଇ ଚର୍ଚ୍ଚା ଜୋରଧରିଛି ।
ସେପଟେ କଳାପତାକା ପ୍ରଦର୍ଶନ ଘଟଣା କୁ କଣ୍ଟାମାଳ ବିଧାୟକ ସ୍ବୀକାର କରିଥିବା ବେଳେ ଅଣ୍ଡା ମାଡ(Egg Hurled) ଘଟଣା କୁ ଅସ୍ବୀକାର କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିରୋଧୀ ଅସହ୍ୟ ହୋଇ ଏଭଳି ଆଚରଣ ପ୍ରଦର୍ଶନ କରୁଥିବା ବିଧାୟକ ଅଭିଯୋଗ କରିଛନ୍ତି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ