ETV Bharat / state

ଏଫଡିଆର ଅନୁଦାନ ଅର୍ଥକୁ ନେଇ ବିଜେପିର ପ୍ରତିକ୍ରିୟା

author img

By

Published : Oct 7, 2020, 8:58 PM IST

ବୌଦ୍ଧ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ପୁନଃ ନିର୍ମାଣ ଏଫଡିଆରକୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ସମିତି ସଭ୍ୟ ମାନଙ୍କୁ ସୂଚନା ଦିଆନଯାଇ ଅନ୍ଧକାରରେ ରଖାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଏଫଡିଆର ଅନୁଦାନ ଅର୍ଥ କୁନେଇ ବିଜେପିର ପ୍ରତିକ୍ରିୟା

ବୌଦ୍ଧ: ତେଲନଦୀ ଓ ମହାନଦୀରେ ଲଗାତାର ଦୁଇ ବର୍ଷ ଧରି ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏସବୁ କ୍ଷୟକ୍ଷତିର ପୁନଃନିର୍ମାଣ ଏଫଡିଆରକୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପ୍ରଶାସନ ପକ୍ଷରୁ ସମିତି ସଭ୍ୟ ମାନଙ୍କୁ ସୂଚନା ଦିଆନଯାଇ ଅନ୍ଧକାରରେ ରଖାଯାଉଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର ତେଲନଦୀ ଓ ମହାନଦୀରେ ପ୍ରାୟ ବର୍ଷ ବନ୍ୟା ଜଳ ଆସି କ୍ଷୟକ୍ଷତି ଘଟାଇଥାଏ । ଗତବର୍ଷ ତେଲନଦୀରେ ବନ୍ୟା ଯୋଗୁଁ କଣ୍ଟାମାଳ ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।ଏଥିରେ ବିଶେଷ ଭାବରେ କଣ୍ଟାମାଳ ବ୍ଲକର ତେଲନଦୀ କୂଳର ପଞ୍ଚାୟତ ଗୁଡିକର ରାସ୍ତା ଘାଟ ଅଧିକାଂଶ ସ୍ଥାନରେ ନଷ୍ଟ ହୋଇଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ତଥା କ୍ଷୟକ୍ଷତିର ପୁନଃନିର୍ମାଣ ପାଇଁ ସରକାର ଏଫଡିଆର ଅନୁଦାନ ଯୋଗାଇ ଦେଇଥିଲେ ।ତେବେ ବିଜେପି ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ କରି ଏସବୁ ଅର୍ଥର ସଦୁପଯୋଗ ଉପରେ ଗୁରୁତ୍ୱ ଦେବାକୁ ଦାବି କରିଛି ।

ସେପଟେ ଚଳିତ ବର୍ଷ ବନ୍ୟା ଯୋଗୁଁ ବୌଦ୍ଧ ବ୍ଲକର ଅନେକ କ୍ଷୟକ୍ଷତି ଯୋଗୁଁ ଏଫଡିଆର ଅନୁଦାନ ସରକାର ଯୋଗାଇ ଦେଇଛନ୍ତି । କିନ୍ତୁ ଏସବୁ ବାବଦରେ ସମିତି ସଭ୍ୟ ମାନଙ୍କୁ ପ୍ରଶାସନ ସୂଚନା ନଦେଇ ଅନ୍ଧକାରରେ ରଖୁଥିବା ବ୍ଲକ ଅଧ୍ୟକ୍ଷ୍ୟା ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.