ETV Bharat / state

ପ୍ରଧାନମନ୍ତ୍ରୀ ଆବାସକୁ ନେଇ ସରିଲା ବିଜେପିର ବ୍ଲକ ଘେରାଉ - ବୌଦ୍ଧ ଖବର

ଶେଷ ହେଲା ବିଜେପିର ବ୍ଲକ କାର୍ଯ୍ୟାଳୟ ଘେରାଉ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ବିଜେପିର ବିକ୍ଷୋଭ । ଅଧିକ ପଢ଼ନ୍ତୁ

BJP protest
ସରିଲା ବିଜେପିର ବ୍ଲକ ଘେରାଉ
author img

By

Published : Jan 28, 2023, 11:18 AM IST

ସରିଲା ବିଜେପିର ବ୍ଲକ ଘେରାଉ

ବୌଦ୍ଧ: ସରିଲା ବିଜେପି ଦଳର ବ୍ଲକ ଘେରାଉ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଜିଲ୍ଲାର ତିନୋଟି ବ୍ଲକକୁ ଘେରାଉ କରିଥିଲା ବିଜେପି । ଗତ ୨୪ ତାରିଖ ପ୍ରଥମେ କଣ୍ଟାମାଳ ବ୍ଲକ ଓ ୨୫ ତାରିଖ ଦିନ ହରଭଙ୍ଗା ବ୍ଲକ ଘେରାଉ ପରେ ଶୁକ୍ରବାର ଶେଷ ଦିନରେ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଜିଲ୍ଲା ସଭାପତି ଓ ଦୁଇ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ବିଜେପି କର୍ମୀଙ୍କ ସହିତ ହଜାରହଜାର ଗରିବ ହିତାଧିକାରୀ ଏହି ବ୍ଲକ ଘେରାଉରେ ଅଂଶ ଗ୍ରହଣ କରିଥିଲେ ।

ବୌଦ୍ଧ ଭଳି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 280ରୁ ଊର୍ଦ୍ଧ୍ବ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇ ସାରିଥିଲା । ହେଲେ ସେଥିରେ ଚଞ୍ଚକତା କରି ଅନେକ ଶାସକଦଳର ଅଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଗୃହ ହାତେଇ ନେଇଥିଲେ । ଏନେଇ ବିଜେପି ଅଭିଯୋଗ କରିବା ସହ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଥିଲା । ଏହି ତାଲିକାରେ ବ୍ୟାପକ ତୃଟି ରହିଥିଲା । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପ୍ରକୃତ ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବାକୁ ବିଜେପି ଦଳର ନେତାମାନେ ଦାବି କରିଥିଲେ ।

ଏ ସମ୍ପର୍କରେ ବରିଷ୍ଠ ବିଜେପି ନେତା ସୁଶାନ୍ତ କୁମାର ପ୍ରଧାନ କହିଛନ୍ତି, ''ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ବ୍ଲକ କାର୍ଯ୍ୟାଳୟ ଘେରାଉ ଶେଷରେ ଆଜି ଶେଷ ହୋଇଛି । ତେବେ ଏଠି କେବଳ ଆବାସ ଯୋଜନାକୁ ନେଇ ଦୁର୍ନୀତି ହୋଇନି ସବୁ ଯୋଜନାର ଚାଲିଛି ଦୁର୍ନୀତି । ଓଡ଼ିଶା ସରକାର ଦୁର୍ନୀତିର ଗନ୍ତାଘର ସାଜିଛି । ବୌଦ୍ଧ ଜିଲ୍ଲାରେ ତାଠୁ ଅଧିକ ରହିଛି । ତେବେ ଯେପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ ନକରାଯାଇଛି ତାହାଲେ ଏ ଆନ୍ଦୋଳନ ବ୍ୟାପକ ହେବ । ଏହାସହ ସରକାରଙ୍କୁ ଅଚଳ କରିଦେବୁ ।''

ଏହାମଧ୍ୟ ପଢ଼ନ୍ତୁ. କଣ୍ଟାମାଳରେ ଆବାସ ଯୋଜନା ଦିଗହରା ଅଭିଯୋଗରେ ବିଜେପିର ବିକ୍ଷୋଭ

ରାଜ୍ୟରେ ଆବାସ ଯୋଜନାକୁ ନେଇ ବ୍ୟାକଫୁଟରେ ଅଛି ବିଜେପି । ଆବାସକୁ ନେଇ ଫାଇଦା ଉଠାଇବା ଚକରରେ ରହିଛି ବିଜେଡି । ଆବାସ ଯୋଜନାର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛି ବିଜେପି । ଏଣିକି କେହି ଆଉ ଖୋଲା ଆକଶ ତଳେ ଜୀବନ ବିତାଇବେନି ବାସହରା । ଗରିବ ବାସହରାଙ୍କୁ ମିଳିବ ଘର । ଏନେଇ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ ହୋଇଥିଲା । ହେଲେ ଏହି ଯୋଜନାକୁ ନେଇ ବଢ଼ି ଚାଲିଛି ରାଜନୀତି । ଫଳରେ ଆଜି ବି ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି । ଖାଲି ସେତିକି ନୁହେଁ ବ୍ଲକର ଅଧିକାଂଶ ପଞ୍ଚାୟତରେ ଆବାସ ଯୋଜନାଠାରୁ ନେଇ ରାସନ, ସାମାଜିକ ସୁରକ୍ଷା ଭଳି ଯୋଜନାରେ ବ୍ୟାପକ ସମସ୍ୟା ତଥା ଦୁର୍ନୀତି ହେଉଥିବା ନେଇ ଜିଲ୍ଲା ବିଜେପି ଅଭିଯୋଗ କରିଛି ।

ଇଟଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.