ETV Bharat / state

ଆବାସ ଦୁର୍ନୀତି ଓ ଅନ୍ୟାନ୍ୟ ସମସ୍ୟା ନେଇ ବିଜେପିର କଡା ଆଭିମୁଖ୍ୟ

author img

By

Published : Dec 3, 2020, 9:32 PM IST

ବୌଦ୍ଧ ଜିଲ୍ଲାରେ ଆବାସ ଦୁର୍ନୀତି ଓ ଅନ୍ୟାନ୍ୟ ସମସ୍ୟା ନେଇ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ବିଜେପି । ଅଧିକ ପଢନ୍ତୁ...

ଆବାସ ଦୁର୍ନୀତି ଓ ଅନ୍ୟାନ୍ୟ ସମସ୍ୟା ନେଇ ବିଜେପିର କଡା ଆଭିମୁଖ୍ୟ
ଆବାସ ଦୁର୍ନୀତି ଓ ଅନ୍ୟାନ୍ୟ ସମସ୍ୟା ନେଇ ବିଜେପିର କଡା ଆଭିମୁଖ୍ୟ

ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଜିଲ୍ଲାକୁ ନିନ୍ଦିତ କରିଥିବା ବେଳେ ଏହି ଦୁର୍ନୀତି ସହିତ ଜିଲ୍ଲାର ବିଭିନ୍ନ ଦୁର୍ନୀତିକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି ବିଜେପି । ବୌଦ୍ଧ ଜିଲ୍ଲାର ମୁଣ୍ଡାପଡା ପଞ୍ଚାୟତର ଆବାସ ଦୁର୍ନୀତି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ସାରିଥିବା ବେଳେ ଗୁରୁବାର ଏହାର ଅଗ୍ରଗତି ନେଇ ହିତାଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏହି ଦୁର୍ନୀତି ମାମଲାରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ସଂଶ୍ଲିଷ୍ଟ ଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ କଡା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଫଳରେ ଏବେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବଦଳି ପାଇଁ ଏକ ଚକ୍ରାନ୍ତ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି ।

ଗୋଟିଏ ପଟରେ ହରଭଙ୍ଗା ବ୍ଲକରେ ଜିଲ୍ଲାର ଭିଜିଲାନ୍ସ ପହଞ୍ଚିଥିବା ବେଳେ ଡିଆରଡିଏ କାର୍ଯ୍ୟାଳୟରେ ଏଥିରେ ଲିଙ୍କ ଅଭିଯୋଗରେ ଜଣଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ସେପଟେ ଜିଲ୍ଲା ବିଜେପି ପକ୍ଷରୁ ଆବାସ ଯୋଜନାରେ ଦୁର୍ନୀତୀ ତଥା ପରୀ ହତ୍ୟାକାଣ୍ଡ ତଦନ୍ତ, କଣ୍ଟାମାଳ ବ୍ଲକରେ ଏଫଡିଆର ଅର୍ଥ ବିନିଯୋଗ, ଏନଆରଇଜିଏସ କାର୍ଯ୍ୟରେ ମେସିନର ବ୍ୟବହାର ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି ।

ଆଜି ଏନେଇ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ବରିଷ୍ଠ ନେତା କହ୍ନାଇ ଚରଣ ଡାଙ୍ଗ, ବରିଷ୍ଠ ନେତା ମନୋରଞ୍ଜନ ଦାସ, ପ୍ରେମାନନ୍ଦ ମିଶ୍ର ପ୍ରମୁଖ ବିସ୍ତୃତ ଭାବେ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.