ETV Bharat / state

ସାର, କଳାବଜାରକୁ ନେଇ ଜିଲ୍ଲାପାଳଙ୍କୁ ବିଜେପି କିଷାନ ମୋର୍ଚ୍ଚାର ଦାବିପତ୍ର - BJP Kisan Morcha's demand letter to the district magistrate

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାର ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

boudh
ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
author img

By

Published : Aug 20, 2020, 7:42 PM IST

ବୌଦ୍ଧ: ୟୁରିଆ ସାରର ବ୍ୟାପକ କଳାବଜାର ଅଭିଯୋଗ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାର ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କେବଳ ସାରର କଳାବଜାର ନୁହେଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଉପଯୁକ୍ତ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ କରାଯାଇଛି ।

boudh
ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୂଚନା ଅୁସାରେ, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାର୍ଯ୍ୟ ଦର ଠାରୁ ପ୍ରାୟ ଦୁଇ ଗୁଣା ଅଧିକ ଦରରେ ଚାଷୀଙ୍କୁ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଜେପି କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ଆବଶ୍ୟକତାକୁ ମେଣ୍ଟାଇବାରେ କୃଷି ବିଭାଗ ଓ ଏଆରସିଏସ ବିଫଳ ହୋଇଥିବା ବେଳେ ସାରର ଅଭାବକୁ ଦୃଷ୍ଟିରେ ରଖି ବ୍ୟାପକ କଳାବଜାର ହେଉଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.