ବୌଦ୍ଧ : ଅଣାୟତ୍ତ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ 70 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।
କରୋନାର ପରିଚାଳନା ତଥା ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସିଡିଏମଓ ତ୍ରିଲୋଚନ ପ୍ରଧାନଙ୍କୁ ଭେଟିଛନ୍ତି ।
ବିଶେଷ ଭାବେ ଜିଲ୍ଲାରେ ଏକ ସିଟି ସ୍କାନ ସ୍ଥାପନ ସହ ଓଡ଼ିଶାରେ ପ୍ରସ୍ତାବିତ ସାତଟି ଅକ୍ସିଜେନ ପ୍ଲାଣ୍ଟ ମଧ୍ୟରୁ ବୌଦ୍ଧରେ ଗୋଟିଏ ପ୍ଲାଣ୍ଟ ସ୍ଥାପନ ପାଇଁ ଜିଲ୍ଲା ବିଜେପି ଦାବି କରିଛି ।
ଏଥିସହିତ ସିସିଟିଭି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଜିଲ୍ଲା ବିଜେପି ଜିଲ୍ଲାପାଳ ଓ ସିଡିଏମଓଙ୍କ ସହିତ ଆଲୋଚନା ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ