ETV Bharat / state

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବୌଦ୍ଧ ବିଜେପିର ପଦଯାତ୍ରା - ବୌଦ୍ଧ ବିଜେପିର ପଦଯାତ୍ରା

ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ବୌଦ୍ଧ ଜିଲ୍ଲା ବିଜେପିର ପଦଯାତ୍ରା । ଅଧିକ ପଢନ୍ତୁ...

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବୌଦ୍ଧ ବିଜେପିର ପଦଯାତ୍ରା

author img

By

Published : Dec 23, 2020, 7:35 PM IST

Updated : Dec 23, 2020, 8:00 PM IST

ବୌଦ୍ଧ: ଜିଲ୍ଲା ବିଜେପି ପକ୍ଷରୁ ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରାଯାଇଛି । ନୟାଗଡ଼ର କୁନିଝିଅ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ପଦଯାତ୍ରାରେ ବାହାରିଛି ଜିଲ୍ଲା ବିଜେପି ।

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ବୌଦ୍ଧ ବିଜେପିର ପଦଯାତ୍ରା

ଆଜି(ବୁଧବାର) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ପରୀହତ୍ୟାର ତୀବ୍ର ନିନ୍ଦା ସହ ସିବିଆଇ ତଦନ୍ତ ଦାବି କରାଯାଇଛି । ଏଥିସହ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା କହ୍ନାଇ ଚରଣ ଡାଙ୍ଗ, ମାଗୁଣି ଗାଇ ଗୌରିଆ, ସୁଶାନ୍ତ କୁମାର ବାଘ, ଜିଶୁ ପ୍ରଧାନ, ପଞ୍ଚମନ ଜଗଦଲା, ନିରଞ୍ଜନ କର୍ଣ୍ଣ, ଅନୀଲ ପ୍ରଧାନ, ପିନାକଧର ରଣା, ସରୋଜ ମେହେର, ନାରାୟଣ ଦାସ ପ୍ରମୁଖ ଯୋଗଦେଇ ବହିରା ଠାରୁ ବାଉଁଶୁଣୀ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ।

ଅନ୍ୟପଟେ ବୌଦ୍ଧ ଜିଲ୍ଲାର ମଧ୍ୟ କୋଡିଏ ଜଣ ଶିଶୁ ନିଖୋଜ ହୋଇଯାଇଛନ୍ତି । ଏମାନଙ୍କ ମଧ୍ୟରୁ ତେର ଜଣଙ୍କ ପତ୍ତା ମିଳି ଥିବାବେଳେ ଅନ୍ୟ ଆଠ ଜଣଙ୍କ ପତ୍ତା ମିଳୁନଥିବାରୁ ଜିଲ୍ଲା ବିଜେପି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Dec 23, 2020, 8:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.