ETV Bharat / state

କୋରୋନା ସଚେତନ ପାଇଁ ବିଜେଡି ଯୁବ-ଛାତ୍ର ସମାଜର କାର୍ଯ୍ୟକ୍ରମ

author img

By

Published : Oct 11, 2020, 9:15 PM IST

ରବିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ 37 ଜଣ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2171 ରେ ପହଞ୍ଚିଛି । ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣିଥରେ ଲୋକଙ୍କୁ ସଚେତନ କରିବାକୁ ବିଜେଡିର ଯୁବ ଓ ଛାତ୍ର ସମାଜ ଆଗେଇ ଆସିଛନ୍ତି । ଅଧିକ ପଢନ୍ତୁ...

BJD Youth and Student Society to raise awareness of Corona in boudh
କୋରୋନା ସଚେତନ କରିବାକୁ ବିଜେଡି ଯୁବ-ଛାତ୍ର ସମାଜର କାର୍ଯ୍ୟକ୍ରମ

ବୌଦ୍ଧ: କୋରୋନା ସଂକ୍ରମଣର ସଂଖ୍ୟା ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଲୋକେ କୋରୋନା କଟକଣାକୁ ଏବେବି ମାନୁନଥିବା ଦେଖାଯାଉଛି । ରବିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ 37 ଜଣ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2171 ରେ ପହଞ୍ଚିଛି ।

ସଚେତନତା ଅଭାବରୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣିଥରେ ଲୋକଙ୍କୁ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ବିଜେଡିର ଯୁବ ଓ ଛାତ୍ର ସମାଜ ଆଗେଇ ଆସିଛନ୍ତି । ଗାନ୍ଧୀ ଜୟନ୍ତୀ ଠାରୁ ଆସନ୍ତା ଦୁଇ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ଏନ ଏସି ଛକଠାରେ ଏହାର ଆରମ୍ଭ କରାଯାଇଛି । ସାତ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଲୋକଙ୍କୁ ସଚେତନ କରିବା ହିଁ ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.