ETV Bharat / state

ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣକୁ ବିରୋଧ, ବୌଦ୍ଧରେ କଲମଛାଡ ଆନ୍ଦୋଳନ

author img

By

Published : Mar 18, 2022, 6:45 AM IST

ବୌଦ୍ଧ ବ୍ଲକର ସହକାରୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହରଡଘଣାରେ ବିଜେଡି ନେତା । ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ ଜାରି ରହିଛି । ଅଧିକ ପଢନ୍ତୁ

ସହକାରୀ ଯନ୍ତ୍ରୀଙ୍କୁ ଆକ୍ରମଣ କଲେ ବିଜେଡି ନେତା

ବୌଦ୍ଧ: ବୌଦ୍ଧ ବ୍ଲକର ସହକାରୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହରଡଘଣାରେ ବିଜେଡି ନେତା । ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ ଜାରି ରହିଛି । ବ୍ଲକର ସହକାରୀ ଯନ୍ତ୍ରୀଙ୍କୁ ବିଲ କାରବାରକୁ ନେଇ ଭୁଜାଲିରେ ଆକ୍ରମଣ ପରେ କ୍ଷତାକ୍ତ କରି ବନ୍ଧୁକ ମୁନରେ ଧମକ ଦେଇ ଫସିଛନ୍ତି ବିଜେଡି ନେତା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସହକାରୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀଙ୍କୁ ବୁଧବାର ବରଗୋଛା ଅଞ୍ଚଳର ଜନୈକ ଠିକାଦାର ବିଲ କାରବାରକୁ ନେଇ ନିଜର କିଛି ସମର୍ଥକଙ୍କ ସହ ଆକ୍ରମଣ କରିଥିବା ନେଇ କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଥିଲା ।

ଯନ୍ତ୍ରୀ ସେଠୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଏନେଇ ବ୍ଲକ କର୍ମଚାରୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୁରୁବାର ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସମେତ ବୌଦ୍ଧ ଓ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କର୍ମଚାରୀ ମାନେ କଲମଛାଡ ଆନ୍ଦୋଳନ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.