ETV Bharat / state

ବୌଦ୍ଧ NACରେ ବିଜେଡିର ବିଜୟ, କୃତଜ୍ଞତା ଜଣାଇଲେ ବିଧାୟକ - ବୌଦ୍ଧ ଏନଏସିରେ ବିଜେଡିର ବିଜୟ

ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧଗଡ଼ ଏନଏସିକୁ ପୁଣିଥରେ ଦଖଲ କଲା ବିଜୁ ଜନତା ଦଳ । ଗତ ଚାରିଥର ହେଲା ବିଜେଡି ବୌଦ୍ଧ ଏନଏସିରେ ବିଜୟୀ ହୋଇଥିବା ବେଳେ ଚଳିତଥର ମଧ୍ୟ ବିଜେଡି ତାର ବିଜୟ ବାନା ଉଡ଼ାଇଛି । ଅଧିକ ପଢ଼ନ୍ତୁ

ବୌଦ୍ଧ ଏନଏସିରେ ବିଜେଡିର ବିଜୟ
ବୌଦ୍ଧ ଏନଏସିରେ ବିଜେଡିର ବିଜୟ
author img

By

Published : Mar 27, 2022, 7:43 AM IST

Updated : Mar 27, 2022, 8:31 AM IST

ବୌଦ୍ଧ: ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧଗଡ଼ ଏନଏସିକୁ ପୁଣିଥରେ ଦଖଲ କଲା ବିଜୁ ଜନତା ଦଳ। ଗତ ଚାରିଥର ହେଲା ବିଜେଡି ବୌଦ୍ଧ ଏନଏସିରେ ବିଜୟୀ ହୋଇଥିବା ବେଳେ ଚଳିତଥର ମଧ୍ୟ ବିଜେଡି ତାର ବିଜୟ ବାନା ଉଡ଼ାଇଛି । ଏଠାରେ ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ବୌଦ୍ଧ ଏନଏସିର ସମସ୍ତ ସତର ଗୋଟି ଓ୍ବାର୍ଡ ମଧ୍ୟରୁ ପନ୍ଦରଟି ଓ୍ବାର୍ଡରେ ବିଜେଡିର ପ୍ରାର୍ଥୀମାନେ ଏକ ପାଖିଆ ଭାବରେ ବିଜୟୀ ହୋଇଥିବା ବେଳେ ଦୁଇଟି ଓ୍ବାର୍ଡରେ ବିଜେପି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଥିଲେ ।

ବୌଦ୍ଧ ଏନଏସିରେ ବିଜେଡିର ବିଜୟ

ତେବେ ଅଧ୍ୟକ୍ଷ ଭାବରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ କଂଗ୍ରେସର ପ୍ରାର୍ଥୀଙ୍କ ଠାରୁ 1340 ଅଧିକ ଭୋଟ ପାଇଥିଲେ ମଧ୍ୟ ବୌଦ୍ଧର କୌଣସି ଓ୍ବାର୍ଡରେ କଂଗ୍ରେସ ଖାତା ଖୋଲିପାରିନାହିଁ । ସେପଟେ ତିନି ନମ୍ବର ଓ୍ବାର୍ଡରେ ପ୍ରଥମଥର ପାଇଁ ବିଜେଡିର ବିଜୟ ବାନା ଉଡିଛି । ବିଜେଡି ଦଳର ବିଜୟ ପରେ ବୌଦ୍ଧ ବିଧାୟକ ସହରବାସୀଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Mar 27, 2022, 8:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.