ETV Bharat / state

ପାଞ୍ଚବର୍ଷ ନପୂରୁଣୁ ଦୟନୀୟ ଅବସ୍ଥାରେ ବିଜୁ ସେତୁ - boudh

ବୌଦ୍ଧ ଜିଲ୍ଲା ବଘିଆପଡା ଠାରେ ସାଲୁଙ୍କୀ ନଦୀ ଉପରେ ପ୍ରାୟ ପାଞ୍ଚ ବର୍ଷ ତଳେ ବିଜୁ ସେତୁ ନିର୍ମାଣ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଏହି ପୋଲକୁ ପାଞ୍ଚ ବର୍ଷ ପୁରି ନ ଥିବାବେଳେ ଏବେ ଏହାପ୍ରତି ବିପଦ ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ
author img

By

Published : Jul 7, 2019, 8:56 AM IST

ବୌଦ୍ଧ: ସେତୁ ନିର୍ମାଣର ପାଞ୍ଚ ବର୍ଷ ପୁରିନି କିନ୍ତୁ ସ୍ଥିତି ଦେଖି ଭୟଭୀତ ଅଞ୍ଚଳବାସୀ । ସେତୁର ଦୁଇ ପାର୍ଶ୍ଵରେ ଥିବା ଆପ୍ରୋଚ ରୋଡ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଥିବା ବେଳେ ସେତୁ ଛାତର ଲୁହାରଡ ପଦାକୁ ବାହାରି ଆସିଲାଣି । ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ନିକଟ ଭବିଷ୍ୟତରେ ପୋଲ ପ୍ରତି ବିପଦ ରହିଥିବା ଆଶଙ୍କା ରହିଛି ।

ଦୀର୍ଘ ଦିନର ଦାବି ପରେ ସରକାର ବୌଦ୍ଧ ଜିଲ୍ଲା ବଘିଆପଡା ଠାରେ ସାଲୁଙ୍କୀ ନଦୀ ଉପରେ ପ୍ରାୟ ପାଞ୍ଚ ବର୍ଷ ତଳେ ବିଜୁ ସେତୁ ନିର୍ମାଣ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଏହି ପୋଲକୁ ପାଞ୍ଚ ବର୍ଷ ପୂରିନଥିବାବେଳେ ଏବେ ଏହାପ୍ରତି ବିପଦ ସୃଷ୍ଟି ହୋଇଛି । ପୋଲର ଦୁଇ ପାର୍ଶ୍ଵର ଆପ୍ରୋଚ ରୋଡ ଧସି ସାରିଥିଲା ବେଳେ ବ୍ରିଜ ଛାତର ଲୁହାରଡ ସବୁ ପଦାକୁ ବାହାରି ପଡିଲାଣି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ଆହୁରି ମଧ୍ୟ ବର୍ଷା ପାଣି ଠିକ ଭାବେ ନିଷ୍କାସନ ହୋଇପାରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାରଙ୍କ କୋଟି କୋଟି ଟଙ୍କାର ଜନହିତକର କାର୍ଯ୍ୟକୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମିଳିତ ଦୁର୍ନୀତି ଯୋଗୁଁ ଆଜି ବିଜୁସେତୁ ଏଭଳି ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚି ଥିବା ଆଲୋଚନା ହେଉଛି । ଅତିଶୀଘ୍ର ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସେତୁ ନିର୍ମାଣ ର ପାଞ୍ଚ ବର୍ଷ ପୁରିନି, କିନ୍ତୁ ତାର ସ୍ଥିତି ଦେଖି ଭୟଭୀତ ଅଞ୍ଚଳବାସୀ ।ସେତୁର ଦୁଇ ପାର୍ଶ୍ଵରେ ଥିବା ଆପ୍ରୋଚ ରୋଡ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାକୁ ଚାଲିଆସିଥିବା ବେଳେ ସେତୁ ଛାତର ଲୁହାରଡ ପଦାକୁ ବାହାରି ଆସିଲାଣି ।ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ନିକଟ ଭବିଷ୍ୟତରେ ପୋଲପ୍ରତି ବିପଦ ରହିଛି ।

Body:ଦୀର୍ଘ ଦିନର ଦାବୀ ପରେ ସରକାର ବୌଦ୍ଧ ଜିଲ୍ଲା ବଘିଆପଡା ଠାରେ ସାଲୁଙ୍କୀ ନଦୀ ଉପରେ ପ୍ରାୟ ପାଞ୍ଚ ବର୍ଷ ତଳେ ବିଜୁସେତୁ ନିର୍ମାଣ କରିଥିଲେ ।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଏହି ପୋଲକୁ ପାଞ୍ଚ ବର୍ଷ ପୁରିନଥିବା ବେଳେ ଏବେ ଏହାପ୍ରତି ବିପଦ ସୃଷ୍ଟି ହୋଇଛି ।ପୋଲର ଦୁଇ ପାର୍ଶ୍ଵର ଆପ୍ରୋଚ ରୋଡ ଧସି ସାରିଥିଲା ବେଳେ ବ୍ରିଜ ଛାତର ଲୁହାରଡ ସବୁ ପଦାକୁ ବାହାରି ପଡିଲାଣି ।ଆହୁରି ମଧ୍ୟ ଛାତର ବର୍ଷା ପାଣି ଠିକ ଭାବେ ନିଷ୍କାସନ ହୋଇପାରୁ ନଥିବା ମଧ୍ୟ ଅଭିଯୋଗ ହୋଇଛି ।ସରକାରଙ୍କ କୋଟି କୋଟି ଟଙ୍କାର ଜନହିତକର କାର୍ଯ୍ୟ କୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମିଳିତ ଦୁର୍ନୀତି ଯୋଗୁଁ ଆଜି ବିଜୁସେତୁ ଏଭଳି ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚି ଥିବା ଆଲୋଚନା ହେଉଛି ।ଅତିଶୀଘ୍ର ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Conclusion:ବାଇଟ-୧-ଆଦିକନ୍ଦ ଦାସ, ବୁଦ୍ଧିଜୀବୀ
ବାଇଟ-୨-ତପନ ଚନ୍ଦ୍ର ଜାନୀ, ଅଞ୍ଚଳବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.