ବୌଦ୍ଧ: କୋରୋନା ଲକଡାଉନ କାରଣରୁ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ । ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହି ଶ୍ରମିକଙ୍କ ସମସ୍ୟାକୁ ନେଇ ଭାରତୀୟ ମଜଦୁର ସଂଘ ଭାରତର ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 9 ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଗୁରୁବାର ବୌଦ୍ଧ ଜିଲ୍ଲାର କର୍ମକର୍ତ୍ତାମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ବିଶେଷ ଭାବରେ ଶ୍ରମିକଙ୍କ କାର୍ଯ୍ୟ ନିର୍ଘଣ୍ଟ 12 ଘଣ୍ଟା ବଦଳରେ 8 ଘଣ୍ଟା କରିବା, ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ଭଳି 9ଟି ଦାବିକୁ ଉପସ୍ଥାପନା କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ