ETV Bharat / state

ଡାକ୍ତରଙ୍କ ପ୍ରସୂତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗଣଧାରଣା - boudh medical protest

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ମହିଳା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ବାରମ୍ବାର ଡାକ୍ତର ଓ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଗଣଧାରଣା ଦେଲା ଜିଲ୍ଲା ଭାରତୀୟ କିଷାନ ସଂଘ । ଅଧିକ ପଢନ୍ତୁ

ଡାକ୍ତରଙ୍କ ପ୍ରସୂତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗଣଧାରଣା

author img

By

Published : Nov 22, 2021, 10:53 PM IST

ବୌଦ୍ଧ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରସୂତୀ ମହିଳା ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ବାରମ୍ବାର ଡାକ୍ତର ଦୁର୍ବ୍ୟବହାର ଅଭିଯୋଗରେ ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା ଦିଆଯାଇଛି ।

ଡାକ୍ତରଙ୍କ ପ୍ରସୂତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗଣଧାରଣା

ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇଜଣ ପ୍ରସୂତୀ ବିଶେଷଜ୍ଞଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା କଳି ଲାଗିରହିଛି । ଯାହାର ଶୀକାର ହେଉଛନ୍ତି ସାଧାରଣ ରୋଗୀ । ଜଣେ ଡାକ୍ତର ଅନ୍ୟ ଡାକ୍ତରର ରୋଗୀକୁ ଦେଖିବା ମାତ୍ରେ ଦୁର୍ବ୍ୟବହାର ଆରମ୍ଭ କରିଦେଉଛନ୍ତି । ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସୋମବାର ଜିଲ୍ଲା ଭାରତୀୟ କିଷାନ ସଂଘ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।

ଏହାଛଡା ସଂଘ ପକ୍ଷରୁ ଜିଲ୍ଲାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ମଧ୍ୟ ଦାବି କରାଯାଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବରଣ୍ଡାରେ ପ୍ରସୂତୀ ଓ ନବଜାତ ଶିଶୁ ଶୋଇବା ଏକ ସାଧାରଣ କଥା ହୋଇଥିବା ବେଳେ ତୁରନ୍ତ ଏଦିଗରେ ଡାକ୍ତରଖାନା କର୍ତ୍ତୃପକ୍ଷ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସେପଟେ ଧାରଣା ସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅଭିଯୁକ୍ତ ଡାକ୍ତର ପହଞ୍ଚି ଭୁଲ ସ୍ବୀକାର କରିବା ସହ ଆଗାମୀ ଦିନରେ ଏଭଳି ଭୁଲ ନକରିବାକୁ ପ୍ରତିଶ୍ରୁତି ଦେବାପରେ ଗଣଧାରଣା ହଟିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.