ETV Bharat / state

ତଳଗାଁ ପଞ୍ଚାୟତରେ ବାଟବଣା ସରକାରୀ ଯୋଜନା, ବ୍ୟାପକ ଦୁର୍ନୀତି ଅଭିଯୋଗ

author img

By

Published : Apr 19, 2023, 10:09 AM IST

ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଯୋଜନା କେବଳ କାଗଜପତ୍ରରେ ଦର୍ଶାଇ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

deprived of government scheme
deprived of government scheme

deprived of government scheme

ବୌଦ୍ଧ: ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ବାଟବଣା ସରକାରୀ ଯୋଜନା । ସରକାରୀ ଅର୍ଥର ହରିଲୁଟ ସହିତ ବ୍ୟାପକ ଦୁର୍ନୀତି ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ । ପଞ୍ଚାୟତ କର୍ତ୍ତୃପକ୍ଷ ବ୍ୟାପକ ଦୁର୍ନୀତି କରି କେବଳ କାଗଜପତ୍ରରେ ରାସ୍ତା ଘାଟ, ଆବାସ, ମନରେଗା ଭଳି ଯୋଜନାର ଅର୍ଥ ହଡପ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପଞ୍ଚାୟତର ଅଧିବାସୀ ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସୀମାନ୍ତ ପଞ୍ଚାୟତ ତଳଗାଁ । ତଳଗାଁ ପଞ୍ଚାୟତରେ ସରକାରୀ ଅର୍ଥର ବ୍ୟାପକ ଦୁରୁପଯୋଗ ହୋଇଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଠାରୁ ନେଇ ରାସ୍ତା ଘାଟ, ପାନୀୟଜଳ, ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ପଞ୍ଚାୟତବାସୀ । ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟ ସହିତ ସ୍ଥାନୀୟ ଗରିବ ନିରିହ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ସରକାରୀ ଅର୍ଥକୁ ହରିଲୁଟ କରାଯାଇଥିବା ପୂର୍ବତନ ସରପଞ୍ଚ ଅଭିଯୋଗ କରିଛନ୍ତି ।

ତଳଗାଁ ପଞ୍ଚାୟତର ରାଣୀସାହି, ଖଳିସାହି, ବଡ ଖଜୁରୀ, ସାନ ଖଜୁରୀ ଭଳି ବଣ ପାହାଡ ଉପରେ ଥିବା ଗ୍ରାମରେ ସରକାରଙ୍କ ବିକାଶମୂଳକ ଯୋଜନା ଠିକରେ ପହଞ୍ଚି ପାରିନାହିଁ । ଦୈନନ୍ଦିନ କାର୍ଯ୍ୟ ପାଇଁ ଏଭଳି ଗ୍ରାମର ଅଧିବାସୀ ପ୍ରତିଦିନ ଜଙ୍ଗଲ ପାହାଡ ଓହ୍ଲାଇ ଆସିଥାନ୍ତି । ସବୁଦିନିଆ ରାସ୍ତା ନ ଥିବାରୁ ସ୍ବାସ୍ଥ୍ୟ ସେବା ଯେମିତି ଏଠି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା । ଏସବୁ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ଆବାସ ଯୋଜନା ବାବଦ ହିତାଧିକାରୀଙ୍କ ସରକାରୀ ଅର୍ଥକୁ ହଡପ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ସେହିପରି ପଞ୍ଚାୟତରେ ମନରେଗା ଯୋଜନାରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ପୂର୍ବତନ ସରପଞ୍ଚ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ଓ ଅନ୍ୟ ଅଧିକାରୀମାନେ ବଡ ଖଜୁରୀ ଓ ସାନ ଖଜୁରୀ ଭଳି ଦୁର୍ଗମ ଅଞ୍ଚଳରେ ଚାଲି ଚାଲି ଯାଇ ପହଞ୍ଚି ତଦନ୍ତ କରିଥିଲେ । ଦୁଇ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ଗ୍ରାମରେ ହିତାଧିକାରୀଙ୍କ ଆବାସ ଗୃହ କେବଳ କାଗଜପତ୍ରରେ ଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ଏହି ଦୁର୍ନୀତି ବିରୋଧରେ ଜିଲ୍ଲାପାଳଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.