ETV Bharat / state

ମର୍ଜାକୁଦରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବାଦୁଡି, ସୁରକ୍ଷା ପାଇଁ ଆଗେଇ ଆସିଲେ ଲୋକେ - ହଜାର ହଜାର ବାଦୁଡି ପଲ

ମହାନଦୀ ଗର୍ଭରେ ଅବସ୍ଥିତ ଦ୍ବୀପାଞ୍ଚଳରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି । ଦୀର୍ଘ ଦିନ ପରେ ହଜାର ହଜାର ବାଦୁଡି ଦେଖିବାକୁ ମିଳିଥିବା ବେଳେ ଲାଲ ଟୁକ ଟୁକ ସାଧବବୋହୂ ଓ ରଙ୍ଗ ବେରଙ୍ଗ ପ୍ରଜାପତି ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି । ଅଧିକ ପଢନ୍ତୁ

bats is the center of attraction
bats is the center of attraction
author img

By

Published : Jul 17, 2023, 7:22 AM IST

bats is the center of attraction

ବୌଦ୍ଧ: ମୌସୁମୀ ବର୍ଷା ସମୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମର୍ଜାକୁଦ ଦ୍ବୀପାଞ୍ଚଳର ଅପରୂପ ସୌନ୍ଦର୍ଯ୍ୟ । ଦ୍ବୀପର ବିରାଟକାୟ ବୃକ୍ଷକୁ ଦୀର୍ଘ ବର୍ଷ ପରେ ପୁଣିଥରେ ଫେରିଛନ୍ତି ହଜାର ହଜାର ବାଦୁଡି ପଲ । ଆଉ ତଳେ ଘାସର ସବୁଜିମା ମଧ୍ୟରେ ସମସ୍ତଙ୍କୁ ଆକର୍ଷିତ କରୁଛି ଲୁପ୍ତ ପ୍ରାୟ ଲାଲ ଟୁକ ଟୁକ ସାଧବବୋହୂ ଓ ରଙ୍ଗ ବେରଙ୍ଗର ପ୍ରଜାପତି ।

ସବୁଆଡେ ମୌସୁମୀ ପ୍ରଭାବରେ ବର୍ଷା ଲାଗି ରହିଛି । ଆଉ ଏଭଳି ବର୍ଷା ଋତୁରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ମହାନଦୀ ଗର୍ଭରେ ଥିବା ଅପରୂପ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଦ୍ବୀପାଞ୍ଚଳ । ବୌଦ୍ଧ ଜିଲ୍ଲା ସଦର ମହକୁମା ପୌରାଞ୍ଚଳର 13 ଓ 14 ନମ୍ବର ଓ୍ବାର୍ଡକୁ ନେଇ ଗଠିତ ହୋଇଛି ମର୍ଜାକୁଦ ଗ୍ରାମ । ମହାନଦୀ ଏହି ମର୍ଜାକୁଦ ଗ୍ରାମକୁ ଚତୁର୍ଦିଗରୁ ଘେରି ରହିଥିବା ବେଳେ ବର୍ତ୍ତମାନ ଉକ୍ତ ଦ୍ବୀପାଞ୍ଚଳକୁ ସଂଯୋଗ କରୁଛି ବିକାଶର ସେତୁ । ଏହି ସେତୁର ନିର୍ମାଣ ପରେ ମର୍ଜାକୁଦ ଦ୍ବୀପାଞ୍ଚଳର ପ୍ରମୁଖ ଆକର୍ଷଣ ହୋଇଛି ଏହାର ନୈସର୍ଗିକ ସୌନ୍ଦର୍ଯ୍ୟ । ଏଠାରେ ପର୍ଯ୍ୟଟକଙ୍କ ପାଇଁ ଆଉ କୌଣସି ଋତୁ ସୀମିତ ନ ରହି ବର୍ଷ ତମାମ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ବର୍ତ୍ତମାନ ମର୍ଜାକୁଦର ପ୍ରମୁଖ ଆକର୍ଷଣ ହୋଇଛନ୍ତି ବାଦୁଡି ପଲ । ଗତ କିଛି ବର୍ଷ ହେଲା କୌଣସି କାରଣରୁ ବାଦୁଡିମାନେ ଏଠାରେ ଏତେଟା ପରିଲକ୍ଷିତ ହେଉ ନଥିଲେ । ମର୍ଜାକୁଦ ଦ୍ବୀପର ଆରମ୍ଭ ହୋଇଥିବା ସ୍ଥାନରେ ରହିଥିବା ଗ୍ରାମର ଇଷ୍ଟଦେବୀ ସତୀକନ୍ୟା ଠାକୁରାଣୀଙ୍କ ପୀଠରେ ଥିବା ଶତାଧିକ ବର୍ଷର ପୁରୁଣା ଗଛରେ କାହିଁ କେଉଁ କାଳରୁ ବାଦୁଡି ମାନେ ବାସ କରି ଆସୁଥିଲେ । କିନ୍ତୁ ଗତକିଛି ବର୍ଷ ହେଲା ବାଦୁଡି ମାନେ ଦେଖାଯାଉ ନଥିଲେ । ହେଲେ ଚଳିତ ବର୍ଷ ପୁଣିଥରେ ବାଦୁଡିମାନେ ହଜାର ହଜାର ସଂଖ୍ୟାରେ ଏଠାରେ ଦେଖିବାକୁ ମିଳିଛି । ଯାହାକୁ ନେଇ ମର୍ଜାକୁଦ ବାସୀଙ୍କ ମଧ୍ୟରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି ।

ସେପଟେ ପରିବେଶ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବା ବାଦୁଡି ମର୍ଜାକୁଦବାସୀଙ୍କ ପାଇଁ ଶୁଭ ଲକ୍ଷଣ ବୋଲି ସ୍ଥାନୀୟ ନାଗରିକ ମତ ପ୍ରକାଶ କରିଛନ୍ତି । ତେଣୁ ବର୍ତ୍ତମାନ ମର୍ଜାକୁଦବାସୀ ବାଦୁଡିଙ୍କ ସୁରକ୍ଷା ପାଇଁ ଏକତ୍ରିତ ହେବା ସହିତ ବାଦୁଡିଙ୍କୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କ ପାଇଁ ଫାଇନ ବ୍ୟବସ୍ଥା ଗ୍ରହଣ ପାଇଁ ଉଦ୍ୟମ କରାଯାଇଛି । ମର୍ଜାକୁଦ ଦ୍ବୀପାଞ୍ଚଳର ବାଦୁଡିମାନେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବା ବେଳେ ଦ୍ବୀପାଞ୍ଚଳର ସବୁଜିମା ଭରା ବୃକ୍ଷ ରାଜି ପରିବେଶକୁ ଅଧିକ ଆକର୍ଷଣୀୟ କରୁଛି । ଆହୁରି ମଧ୍ୟ ମର୍ଜାକୁଦର ଏହି ସବୁଜିମା ଭରା ସ୍ଥାନରେ ବର୍ତ୍ତମାନ ଲୁପ୍ତ ପ୍ରାୟ ଲାଲ ଟୁକଟୁକ ସାଧବବୋହୂ ଓ କୋଡିଏରୁ ଊର୍ଦ୍ଧ୍ବ ପ୍ରଜାତିର ରଙ୍ଗ ବେରଙ୍ଗ ପ୍ରଜାପତି ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି ।

ଏହା ମଧ୍ୟ ପଢନ୍ତୁ- ବିକାଶ ଦେଖିବ ମର୍ଜାକୁଦ, ଶେଷ ପର୍ଯ୍ୟାୟରେ ମହାନଦୀ ସେତୁ

ମର୍ଜାକୁଦ ଭଳି ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ମହାନଦୀ କୂଳରେ ଅବସ୍ଥିତ କେଦାରେଶ୍ବର ମନ୍ଦିର ନିକଟରେ ମଧ୍ୟ ଦୀର୍ଘ ବର୍ଷ ଧରି ବାସ କରୁଥିବା ବାଦୁଡି ଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଆଗେଇ ଆସିଛନ୍ତି । ଦ୍ବୀପାଞ୍ଚଳକୁ ଯୋଗାଯୋଗ ପାଇଁ ବିକାଶର ସେତୁ ଯୋଡି ହୋଇଥିବା ବେଳେ ଏଠାକାର ପ୍ରକୃତି ପର୍ଯ୍ୟଟନ ବେଶ ମନଲୋଭା ହୋଇଛି । ତେବେ ଦ୍ବୀପର ଚାରି ପାର୍ଶ୍ଵରେ ମହାନଦୀ ଘେରି ରହିଥିବାରୁ ଦ୍ବୀପର ତଟ ସୁରକ୍ଷା ଯଥେଷ୍ଟ ଆବଶ୍ୟକ ହୋଇ ପଡିଛି ।ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ସାଧାରଣରେ ଦାବି ହୋଇଛି।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.