ETV Bharat / state

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡାଯାତ୍ରା ପାଳିତ

ଘଣ୍ଟ ଘଣ୍ଟା, ମୃଦଙ୍ଗର ତାଳେ ତାଳେ ସମ୍ପନ୍ନ ହୋଇଛି ବଡ଼ ଠାକୁରଙ୍କ ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରାରେ ଥିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼। ଅଧିକ ପଢ଼ନ୍ତୁ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡାଯାତ୍ରା ପାଳିତ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡାଯାତ୍ରା ପାଳିତ
author img

By

Published : Jul 9, 2022, 11:06 PM IST

ବୌଦ୍ଧ : ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ବଡ଼ ଠାକୁରଙ୍କ ବାହୁଡା ଯାତ୍ରା । ନବଦିନାତ୍ମକ ଯାତ୍ରାର ଶେଷ ଦିନରେ ଝିପଝିପ ବର୍ଷା ଯୋଗୁଁ ଯାତ୍ରାରେ ସାମାନ୍ୟ ବ୍ୟାଘାତ ସୃଷ୍ଟି ହୋଇଥିଲା । ଘଣ୍ଟ ଘଣ୍ଟା, ମୃଦଙ୍ଗ, ବୀରକାହାଳୀ ବାଦ୍ୟର ତାଳରେ ବଡ ଠାକୁର ଝୁଲି ଝୁଲି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡାଯାତ୍ରା ପାଳିତ

ବୌଦ୍ଧର ଘୋଷଯାତ୍ରା ସମ୍ପୂର୍ଣ୍ଣ ଭାବରେ ଶ୍ରୀକ୍ଷେତ୍ର ଶୈଳୀରେ ନିତିକାନ୍ତିରେ ପାଳନ କରାଯାଉଥିବା ବେଳେ ଦୀର୍ଘ ଦୁଇ ବର୍ଷ ପରେ ଚତୁର୍ଦ୍ଧା ବିଗ୍ରହ ବଡ ଦାଣ୍ଡରେ ବିଜେ ତଥା ଆପଡ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାବାହୁଙ୍କ ବାହୁଡା ଯାତ୍ରା ସମ୍ପନ୍ନ ହୋଇଥିଲା ।

ସହରର ପ୍ରସିଦ୍ଧ ଘୋଷଯାତ୍ରା ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବା ବେଳେ ବାହୁଡା ପହଣ୍ଡି ସମୟରେ ଇନ୍ଦ୍ର ଦେବ ଝିପ ଝିପ ବର୍ଷା କରିଥିଲେ । ତେବେ ପ୍ରତିକୂଳ ପାଗ ସତ୍ତ୍ୱେ ବୌଦ୍ଧର ପ୍ରସିଦ୍ଧ ବାହୁଡା ଯାତ୍ରାରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଜିଲ୍ଲା ନ୍ୟାୟାଧିଶ, ଜିଲ୍ଲାପାଳ,ଏସପି, ଅତିରିକ୍ତ ଜିଲ୍ଲାପାଳ, ପିଡି ପ୍ରମୁଖ ପହଞ୍ଚି ଠାକୁର ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.