ETV Bharat / state

ସମ୍ବିଧାନ ଦିବସରେ ଗୋବର ଉହାଡରେ ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି - ବୌଦ୍ଧରେ ଅବହେଳିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି

ବୌଦ୍ଧରେ ଅବହେଳିତ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି । ବିଭିନ୍ନ ମହଲରେ ଅସନ୍ତୋଷ । ଅଧିକ ପଢ଼ନ୍ତୁ

ଗୋବର ଉହାଡରେ ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି, ବିଭିନ୍ନ ମହଲରେ ଅସନ୍ତୋଷ

author img

By

Published : Nov 26, 2022, 5:24 PM IST

ବୌଦ୍ଧ: ଆଜି ହେଉଛି ସମ୍ବିଧାନ ଦିବସ । ଆଜିର ଦିନରେ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ଅବସରରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳନ କରାଯାଇଥିବାବେଳେ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ରହିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗୋବର ଉହାଡରେ ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି, ବିଭିନ୍ନ ମହଲରେ ଅସନ୍ତୋଷ

ଶନିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳିତ ହୋଇଛି । ୧୯୪୯ ମସିହା ଆଜିର ଦିନରେ ସମ୍ବିଧାନ ପ୍ରସ୍ତୁତ ହୋଇଥିବାବେଳେ, ଏହା ୧୯୫୦ ଜାନୁଆରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଆମେ ଗଣତନ୍ତ୍ର ଦିବସ ଭାବରେ ପାଳନ କରୁଛେ । ଆଜି ସମ୍ବିଧାନ ଦିବସରେ ବୌଦ୍ଧ ଜିଲ୍ଲା ପ୍ରଶାସନ, ଦଳିତ ଅଧିକାର ମଞ୍ଚ, ପଛୁଆ ବର୍ଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କୁ ସ୍ମରଣ କରାଯାଇଥିଲା ।

ତେବେ ବୌଦ୍ଧ ଜିଲ୍ଲାରେ ଥିବା ଏକମାତ୍ର ଆମ୍ବେଦକର ପ୍ରତିମୂର୍ତ୍ତି ଯାହାକି ଜିଲ୍ଲା କଚେରୀ ତଥା ତହସିଲ କାର୍ଯ୍ୟାଳୟ ନିକଟରେ ରହିଛି, ତାହା ଅତ୍ୟନ୍ତ ଅବହେଳିତ ହୋଇ ରହିଥିବା ଦେଖିବାକୁ ମିଳିଛି । ପ୍ରତିମୂର୍ତ୍ତିଟି ଅତ୍ୟନ୍ତ ଅପରିଷ୍କାର ପରିବେଶ ମଧ୍ୟରେ ଗାଇ ଗୋବର କୁଢ ମଧ୍ୟରେ ରହିଥିବା କାରଣରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଆଜି ପରିସ୍ଥିତି ଏପରି ହୋଇଥିଲା ଯେ ଖୋଦ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉକ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ପରିସରକୁ ସଫେଇ କରି ବେଶ ଦୁଃଖ ପ୍ରକାଶ କରିଥିଲେ । ତେବେ ଦାୟିତ୍ବ ଯାହାର ଥାଉନା କାହିଁକି ଏଭଳି ମହାପୁରୁଷଙ୍କ ପ୍ରତି ଏହା ସମ୍ପୂର୍ଣ୍ଣ ଅବହେଳା ତଥା ଅପମାନ ବୋଲି ଦଳିତ ଅଧିକାର ମଞ୍ଚର ଜିଲ୍ଲା କାର୍ଯ୍ୟକାରୀ ସଭାପତି କ୍ଷୋଭର ସହିତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.