ETV Bharat / state

ବୌଦ୍ଧ ସମବାୟ ବ୍ୟାଙ୍କ ସଭାପତି ହେଲେ ଅରୁଣ - ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ଭାବରେ ନିର୍ବାଚିତ ହେଲେ ଅରୁଣ ପ୍ରଧାନ । ଦଳର ହ୍ବିପକୁ ଅବମାନନା କରି ପ୍ରାର୍ଥୀ ଅରୁଣ ବିଜୟ ହେବା ପରେ ଜିଲ୍ଲାରେ ରାଜନୀତି ସରଗରମ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Nov 17, 2022, 11:07 AM IST

ବୌଦ୍ଧ: ଶେଷ ହେଇଯାଇଛି ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଭାପତି ନିର୍ବାଚନ । ଏକ ନାଟକୀୟ ଢଙ୍ଗରେ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା । ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଭାପତି ହୋଇଛନ୍ତି ଅରୁଣ କୁମାର ପ୍ରଧାନ।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ମୋଟ ପନ୍ଦରଟି ଜୋନର ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ କିଶୋର ମେହେରଙ୍କୁ ସଭାପତି ପଦ ପାଇଁ ସହମତି ପ୍ରକାଶ ପାଇଥିଲା । କିନ୍ତୁ ସହମତି ହ୍ବିପକୁ ଅବମାନନା କରି ଅରୁଣ କୁମାର ପ୍ରଧାନ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ବୁଧବାର ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ପ୍ରାର୍ଥୀଙ୍କ ସପକ୍ଷରେ ସାତଟି ଲେଖାଏଁ ଭୋଟ ପଡିଥିଲା ।

ବୌଦ୍ଧ ସମବାୟ ବ୍ୟାଙ୍କ ସଭାପତି ହେଲେ ଅରୁଣ

ନିର୍ବାଚନରେ ଜଣେ ଭୋଟର ଅନୁପସ୍ଥିତ ଥିବା କାରଣରୁ ନିର୍ବାଚନ ଟାଏ ହୋଇଥିବା ବେଳେ ଶେଷରେ ଲଟେରୀ ମାଧ୍ୟମରେ ସଭାପତି ଚୟନ କରାଯାଇଥିଲା । ନିର୍ବାଚନ ଅଧିକାରୀ ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ଉପସ୍ଥିତିରେ ଏହି ଲଟେରୀ ଅନୁଷ୍ଠିତ ହୋଇଥିବା ବେଳେ ହଠାତ ଅରୁଣ କୁମାର ପ୍ରଧାନ ସଭାପତି ରୂପେ ଚୟନ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଏଇଠି ହୁଏ କୁକୁର ଦୌଡ ପ୍ରତିଯୋଗିତା, ବିଜେତାଙ୍କୁ ମିଳେ ହଜାର ହଜାର ଟଙ୍କା

ଏନେଇ ନବ ନିର୍ବାଚିତ ସଭାପତି ଅରୁଣ କୁମାର ପ୍ରଧାନ କହିଛନ୍ତି,'' ବ୍ୟାଙ୍କର କିପରି ଉନ୍ନତି ହେବ ସେଥି ପ୍ରତି ମୁଁ ଦୃଷ୍ଟି ଦେବି, ଚାଷୀଙ୍କ ଉନ୍ନତି ଦିଗରେ ମଧ୍ୟ ନଜର ରଖିବି । ଆଜି ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ବହୁତ ଖୁସି ଅଛି ଓ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି''

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.