ETV Bharat / state

ବିଶ୍ବକର୍ମା ଭସାଣୀରେ କମ୍ପାନୀ ଅପରେଟରଙ୍କ ସନ୍ଦେହଜନକ ମୃତ୍ୟୁ

author img

By

Published : Sep 19, 2019, 11:19 PM IST

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଏଆରଏସଏସ କମ୍ପାନୀ କ୍ରସର ୟୁନିଟ ପ୍ଲାଣ୍ଟର ଅପରେଟରଙ୍କ ରହସ୍ୟଜନକ ମୃତ୍ୟୁ । ଏହା ଅପମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ମୃତକଙ୍କ ପରିବାର ଏନେଇ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ

ବୌଦ୍ଧ: ବିଶ୍ବକର୍ମା ଭସାଣୀରେ ଅଘଟଣ । ଭସାଣୀ ସରିବା ପରେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହା ଅପମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମୃତକଙ୍କ ପରିବାର ଏନେଇ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବୌଦ୍ଧ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଖରଭୂଇଁ ନିକଟରେ ରହିଛି ଏଆରଏସଏସ କମ୍ପାନୀର କ୍ରସର ୟୁନିଟ । ଗତକାଲି ସନ୍ଧ୍ୟାରେ ବିଶ୍ବକର୍ମା ଭଷାଣୀ ଚାଲିଥିଲା । ଏହି ସମୟରେ ଧର୍ମେନ୍ଦ୍ର ଧଳ(୩୨) ହଠାତ ଅସୁସ୍ଥ ହୋଇପଡିଲେ । ସେଠାରୁ ତାଙ୍କୁ ଡାକ୍ତରଖାନାକୁ ନିଆନଯାଇ ପ୍ଲାଣ୍ଟରେ ନେଇ ଶୁଆଇ ଦିଆଗଲା । ରାତି ପ୍ରାୟ ସାଢେ ଏଗାର ଟାରେ ଧର୍ମେନ୍ଦ୍ରଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ବିଳମ୍ବିତ ରାତିରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ।

ମୃତକ ଯାଜପୁର ଜିଲ୍ଲାର ଧର୍ମେନ୍ଦ୍ର ଧଳ ପ୍ଲାଣ୍ଟରେ ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ଏ ସମ୍ପର୍କରେ ପ୍ଲାଣ୍ଟ ମ୍ୟାନେଜର ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିବା ସହ ଓଲଟା ମୃତଦେହ ପଠାଇବାରେ ଅସହଯୋଗ କରିବାକୁ ଧମକ ଦେଇଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ବିଶ୍ବକର୍ମା ଭଷାଣୀରେ ଅଘଟଣ ।ଭଷାଣୀ ସରିବା ପରେ ଯୁବକ ଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ।ଏହା ଅପମୃତ୍ୟୁ ନା ଯୋଜନା ବଦ୍ଧ ହତ୍ୟା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ମୃତକ ଙ୍କ ପରିବାର ପକ୍ଷରୁ ଏହି ମୃତ୍ୟୁ ପଛରେ କୌଣସି ରହସ୍ୟ ସନ୍ଦେହ କରି ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଖରଭୂଇଁ ନିକଟରେ ରହିଛି ଏଆର ଏସ ଏସ କମ୍ପାନୀ ର କ୍ରସର ୟୁନିଟ ।ଏଠାରେ ଗତକାଲି ସନ୍ଧ୍ୟାରେ ବିଶ୍ବକର୍ମା ଭଷାଣୀ ଚାଲିଥିବା ବେଳେ ଧର୍ମେନ୍ଦ୍ର ଧଳ(୩୨) ହଠାତ ଅସୁସ୍ଥ ହୋଇପଡିଲେ। ସେଠାରୁ ତାଙ୍କୁ ଡାକ୍ତରଖାନାକୁ ନିଆନଯାଇ ପ୍ଲାଣ୍ଟ ରେ ନେଇ ଶୁଆଇ ଦିଆଗଲା ।ରାତି ପ୍ରାୟ ସାଢେ ଏଗାରଟାରେ ଧର୍ମେନ୍ଦ୍ର ଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ମଧ୍ୟ ରାତି ରେ ଧର୍ମେନ୍ଦ୍ର ଙ୍କ ମୃତ୍ୟୁ ହୋଇଯାଇଥିଲା ।ମୃତକ ଯାଜପୁରର ହୋଇଥିଲା ବେଳେ ପ୍ଲାଣ୍ଟ ରେ ସେ ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ପରିବାର ପକ୍ଷରୁ ମୃତ୍ୟୁକୁ ନେଇ ସନ୍ଦେହ କରି ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।ଏସମ୍ପର୍କରେ ପ୍ଲାଣ୍ଟ ମ୍ୟାନେଜର ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିବା ସହ ଓଲଟା ମର ଶରୀର ପଠାଇବାରେ ଅସହଯୋଗ କରିବାକୁ ଧମକ ଦେଇଥିଲେ ।

Body:ଯୁବ ଅପରେଟର ଙ୍କ ସନ୍ଦେହ ଜନକ ମୃତ୍ୟୁ ।

Conclusion:ବାଇଟ-୧-ଦିଲ୍ଲୀପ କୁମାର ଧଳ,ମୃତକ ଙ୍କ କକା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.