ETV Bharat / state

କୋଭିଡ ସେଣ୍ଟରରେ ଚାଲିଗଲା ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ - victim dead in Covid Center of boudh

ହୁ ହୁ ହୋଇ ବଢିଚାଲିଛି କୋରୋନା ସଂକ୍ରମଣ । ରବିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୩ରେ ପହଞ୍ଚିଲାଣି । ସେପଟେ କୋଭିଡ ସେଣ୍ଟରରେ ଚାଲିଗଲା ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ସେଣ୍ଟରରେ ଚାଲିଗଲା ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ

author img

By

Published : Sep 13, 2020, 10:42 PM IST

ବୌଦ୍ଧ: କୋରୋନାରେ ଗଡିଲା ଆଉ ଗୋଟିଏ ମୁଣ୍ଡ । ଲଗାତାର ଦୁଇ ଦିନରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁ ଏବେ ଜିଲ୍ଲାରେ ଆତଙ୍କର ବାତାବରଣ ଖେଳିଯାଇଛି । ପୂର୍ବ ଭଳି କଟକଣା ଲାଗୁ କରିବାକୁ ବୁଦ୍ଧିଜୀବୀ ଦାବି କରିଥିବା ବେଳେ ସୁସ୍ଥ ରୋଗୀଙ୍କ ପ୍ଲାଜମା ଦାନର ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

କୋଭିଡ ସେଣ୍ଟରରେ ଚାଲିଗଲା ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ

ହୁ ହୁ ହୋଇ ବଢିଚାଲିଛି କୋରୋନା ସଂକ୍ରମଣ । ରବିବାର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନୂତନ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୩ରେ ପହଞ୍ଚିଲାଣି । ସେପଟେ ଗତ ଦୁଇ ଦିନ ମଧ୍ୟରେ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କ କୋଭିଡ ହେଲଥ ସେଣ୍ଟରରେ ମୃତ୍ୟୁକୁ ନେଇ ଜିଲ୍ଲାରେ ଆତଙ୍କର ବାତାବରଣ ଖେଳିଯାଇଛି । ଆଜିର ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସନ୍ଦେହ ରହିଥିବା ବେଳେ ତିନି ବ୍ଲକର ପ୍ରାୟ ପଞ୍ଚାୟତ ସମେତ ବିଭିନ୍ନ ସରକାରୀ କର୍ମଚାରୀ ଓ ରାଜନେତା କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ପୁରୁଣାକଟକ ଅଞ୍ଚଳରେ ସଂକ୍ରମଣ ଯୋଗୁଁ ବଜାର ଖୋଲିବାରେ କଟକଣା ଲାଗୁ କରାଯାଇଥିବା ବେଳେ ବୌଦ୍ଧରେ ମଧ୍ୟ ପୂର୍ବ ଭଳି କଟକଣା ଲାଗୁ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ସେପଟେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 60ଜଣ ପ୍ଲାଜମା ଦାନ ପାଇଁ ପ୍ରସ୍ତୁତ ରହିଥିବା ବେଳେ ତିନି ଜଣ ପ୍ଲାଜମା ଦାନ କରିସାରିଥିବା ବୌଦ୍ଧ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.