ETV Bharat / state

ଜଙ୍ଗଲରେ 10 ଦିନ ହେଲା ମଲାଣି ଭାଲୁ, ବିଭାଗ ନିକଟରେ ଖବର ନାହିଁ

author img

By

Published : Nov 21, 2021, 9:12 PM IST

ବୌଦ୍ଧ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ । ହାତୀ, ବାଘ, ଭାଲୁ ନଖ, ଛାଲ, ଦାନ୍ତ ପାଇଁ ଶିକାରୀ ବନ୍ୟଜନ୍ତୁ ଶୀକାର କରୁଥିବା ବେଳେ ବର୍ତ୍ତମାନ ଛାଡଖାଇ ପାଇଁ ବ୍ୟାପକ ବନ୍ୟପ୍ରାଣୀ ଶୀକାର ଚାଲିଛି । ଆଉ ବନ ବିଭାଗ ସମ୍ପୂର୍ଣ୍ଣ ଉଦାସୀନ ବସିଛି । ଅଧିକ ପଢନ୍ତୁ

ଜଙ୍ଗଲରେ ଦଶଦିନ ହେଲା ମଲାଣି ଭାଲୁ, ବିଭାଗ ନିକଟରେ ଖବର ନାହିଁ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି । ବୌଦ୍ଧ ଜିଲ୍ଲାର ପାଞ୍ଚଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ଅବାଧରେ ଚାଲିଛି ବନ୍ୟଜନ୍ତୁଙ୍କ ଶିକାର । କେତେବେଳେ ଦାନ୍ତ ପାଇଁ ଦନ୍ତାହାତୀର ଶିକାର କରାଯାଉଛି ତ ପୁଣି କେତେବେଳେ ନଖ, ଛାଲ, ଦାନ୍ତ ଭଳି ବନ୍ୟଜନ୍ତୁଙ୍କ ବିଭିନ୍ନ ସାମଗ୍ରୀ ପାଇଁ ବାଘ, ଭାଲୁର ଶିକାର କରାଯାଉଛି । ସେପଟେ ବନ ବିଭାଗର ଭୂମିକା କିନ୍ତୁ ସନ୍ଦେହଜନକ ରହିଛି ।

ଗତ ପ୍ରାୟ ଦଶ ଦିନ ହେଲା ବୌଦ୍ଧ ବନାଞ୍ଚଳର ବଘିଆପଡା ସେକ୍ସନ ଅଞ୍ଚଳରେ ଏକ ବିରାଟ ଭାଲୁର ମୃତ ଶରୀର ପଡିରହିଥିଲେ ମଧ୍ୟ ବନବିଭାଗ ନିକଟରେ କୌଣସି ଖୋଜ ଖବର ନାହିଁ । ଫଳରେ ମୃତ ଭାଲୁକୁ କୁକୁର, ବିଲୁଆ ଝୁଣି ଖାଇଦେଇଛନ୍ତି । ବୌଦ୍ଧ ବନଖଣ୍ଡ ଅଧିନରେ ଲଗାତାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଜଙ୍ଗଲ ବିଭାଗର ଉଦାସୀନତା ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଜିଲ୍ଲାରେ ବାଘଛାଲର ଏକ ବିରାଟ ରାକେଟ କାମ କରୁଥିବା ବେଳେ ଏସଟିଏଫ ବାରମ୍ବାର ଅପରାଧୀଙ୍କୁ କାବୁ କରିପାରୁଛି । ଜିଲ୍ଲାର ବନ୍ୟଜନ୍ତୁ ଶୀକାର ମାମଲାରେ ଜଙ୍ଗଲ ବିଭାଗ ଚୁପ ବସିଥିବା ବେଳେ ଏନେଇ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.