ETV Bharat / state

ମହାମାରୀରେ ଖାଇବାକୁ ପାଉନାହାଁନ୍ତି ପଶୁପକ୍ଷୀ, ଖାଦ୍ୟ ଯୋଗାଇଦେବାକୁ ଦାବି

ସରକାର ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ଖାଦ୍ୟ ଯୋଗାଣ ଆରମ୍ଭ କରିଛନ୍ତି । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଖାଦ୍ୟ ଯୋଗାଣ ପ୍ରାଣୀ କଲ୍ୟାଣ ମଞ୍ଚର ସହଯୋଗରେ ଜାରି ରହିଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ ବୁଲା ଗାଈଗୋରୁ ଓ ଅନ୍ୟାନ୍ୟ ପଶୁପକ୍ଷୀ ଭୋକିଲା ରହୁଛନ୍ତି । ଅଧିକ ପଢନ୍ତୁ...

ମହାମାରୀରେ ଖାଇବାକୁ ପାଉନାହାଁନ୍ତି ପଶୁପକ୍ଷୀ
ମହାମାରୀରେ ଖାଇବାକୁ ପାଉନାହାଁନ୍ତି ପଶୁପକ୍ଷୀ
author img

By

Published : May 13, 2021, 12:05 PM IST

ବୌଦ୍ଧ: କୋରୋନା ମହାମାରୀର ଦ୍ବିତୀୟ ଲହର ମଣିଷ ସହିତ ପଶୁପକ୍ଷୀଙ୍କୁ ମଧ୍ୟ ଗଭୀର ପ୍ରଭାବିତ କରିଛି ତେଣୁ ସରକାର ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ଖାଦ୍ୟ ଯୋଗାଣ ଆରମ୍ଭ କରିଛନ୍ତି । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଏହି ଖାଦ୍ୟ ଯୋଗାଣ ପ୍ରାଣୀ କଲ୍ୟାଣ ମଞ୍ଚର ସହଯୋଗରେ ଜାରି ରହିଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ ବୁଲା ଗାଈଗୋରୁ ଓ ଅନ୍ୟାନ୍ୟ ପଶୁପକ୍ଷୀ ଭୋକିଲା ରହୁଛନ୍ତି ।

ମହାମାରୀରେ ଖାଇବାକୁ ପାଉନାହାଁନ୍ତି ପଶୁପକ୍ଷୀ, ଖାଦ୍ୟ ଯୋଗାଇଦେବାକୁ ଦାବି

ପ୍ରତ୍ୟେକ ପଞ୍ଚାୟତରେ ଏହି ପ୍ରାଣୀଙ୍କ ପାଇଁ ଖାଦ୍ୟ ଯୋଗାଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ମଧ୍ୟ ବନ୍ୟପ୍ରାଣୀ ମାନେ ପ୍ରଚଣ୍ଡ ଖରା ଯୋଗୁଁ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ବୌଦ୍ଧ ଜିଲ୍ଲାର ଲମ୍ବସରୀଠାରେ ପ୍ରାଣୀ ଚିକିତ୍ସକ ନ ଆସିବାରୁ ଏକ ଗର୍ଭିଣୀ ଗୋମାତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ପ୍ରାଣୀଧନ ଚିକିତ୍ସକଙ୍କ ବିଭିନ୍ନ ଦାବି ପୂରଣ ନହେବାରୁ ଗତ ମେ 1 ତାରିଖରୁ କଲମଛାଡ ଓ ଆସନ୍ତା ମେ 15 ତାରିଖରୁ ସମୁହ ଛୁଟିରେ ଯିବାକୁ ନିଷ୍ପତ୍ତି କରି ସରକାରଙ୍କୁ ଚେତାବନୀ ଦେଇସାରିଛନ୍ତି । ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.