ETV Bharat / state

ସମାନ କାମକୁ ସମାନ ଦରମା ଦାବିରେ ରାଜରାସ୍ତାରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲି ଯିବାରୁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଲ ଓଡିଶା ଅଙ୍ଗନବାଡି ଓ୍ବାର୍କର୍ସ ଆସୋସିଏସନର କର୍ମୀ ଓ ସହାୟିକା । ଅଧିକା ପଢନ୍ତୁ

anganwadi workers protest
anganwadi workers protest
author img

By

Published : Mar 10, 2023, 9:02 AM IST

anganwadi workers protest

ବୌଦ୍ଧ: ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା । ସରକାର ଦେଇଥିବା ପ୍ରତିଶୃତି ଭୁଲି ଯିବାରୁ ଗତକାଲି ଜିଲ୍ଲାର ଶହ ଶହ ଅଙ୍ଗନବାଡି କର୍ମୀ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳଙ୍କ ଜରିଆରେ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସମସ୍ୟା ଘେରରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅଙ୍ଗନବାଡି ଦିଦି । ସରକାରଙ୍କ ସମସ୍ତ ଯୋଜନାର କାର୍ଯ୍ୟ ଭାର ଏହି ଦିଦି ମାନଙ୍କ ଉପରେ ନ୍ୟସ୍ତ ରହୁଥିଲେ ମଧ୍ୟ କାମ ହିସାବରେ ଉପଯୁକ୍ତ ପ୍ରାପ୍ୟ ମିଳିପାରୁନାହିଁ । ତେଣୁ ଗତ କିଛି ମାସ ଧରି ସାରା ଓଡ଼ିଶାରେ ଅଙ୍ଗନବାଡି କର୍ମୀଙ୍କ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରହିଛି । ଏଥିସହ ସରକାରଙ୍କ ତରଫରୁ ସେମାନଙ୍କର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । କିନ୍ତୁ ଏନେଇ କୌଣସି ପ୍ରତିଶ୍ରୁତି ପୂରଣ ନ ହେବାରୁ ଗତକାଲି ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା ।

ଗତକାଲି ରାଜ୍ୟ ତମାମ ପ୍ରତ୍ୟେକ ଜିଲ୍ଲାରେ ଅଙ୍ଗନବାଡି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଣୁ ବୌଦ୍ଧ ଜିଲ୍ଲାରେ ମଧ୍ୟ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଶହ ଶହ ସଂଖ୍ୟାରେ ବିକ୍ଷୋଭ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ମହିଳା କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ ଭାବରେ ଅଙ୍ଗନବାଡି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସହିତ ସମାନ କାମକୁ ସମାନ ଦରମା ଅର୍ଥାତ ମାସିକ 18 ହଜାର ଟଙ୍କା ବେତନ ବୃଦ୍ଧି ତଥା ଅବସର ଗ୍ରହଣ ସମୟରେ ସହାୟତା ରାଶି ପାଞ୍ଚ ଲକ୍ଷ ଓ ପେନସନ ଲାଗୁ ପାଇଁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Second Phase of Budget Session: କାଲିଠୁ ଦ୍ବିତୀୟ ପର୍ଯ୍ୟାୟ, ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ

ଅନ୍ୟପଟେ ଆଜି ବୌଦ୍ଧ ଠାରେ ଜିଲ୍ଲା ଅଙ୍ଗନବାଡି ଆସୋସିଏସନର ସମସ୍ତ ନେତୃବୃନ୍ଦ ଓ ଶହ ଶହ ମହିଳା କର୍ମୀ ଯୋଗ ଦେଇ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଏଥିସହ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ସେମାନଙ୍କ ଦାବିର ପୁନର୍ବିଚାର କରା ନଗଲେ ଆସନ୍ତା ଅପ୍ରେଲ 24 ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୁଣିଥରେ ଆରମ୍ଭ କରିବେ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.