ETV Bharat / state

ଛାତ ଶୂନ୍ୟ ଅଙ୍ଗନବାଡି କେନ୍ଦ୍ର, ପାଠ ପଢୁଛନ୍ତି କଅଁଳ କଢି

author img

By

Published : Feb 23, 2021, 5:54 PM IST

ବୌଦ୍ଧ ଜିଲ୍ଲା ମୁଷୃଣ୍ଢି ପଞ୍ଚାୟତ ଯୋଗିବେରୁଣୀ ଗ୍ରାମସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା । ଖୋଲା ଆକାଶ ତଳେ ପାଠ ପଢୁଛନ୍ତି କୁନି କୁନି ଶିଶୁ । ଅଧିକ ପଢନ୍ତୁ...

ଛାତ ଶୂନ୍ୟ ଅଙ୍ଗନବାଡି କେନ୍ଦ୍ର, ପାଠ ପଢୁଛନ୍ତି କଅଁଳ କଢି
ଛାତ ଶୂନ୍ୟ ଅଙ୍ଗନବାଡି କେନ୍ଦ୍ର, ପାଠ ପଢୁଛନ୍ତି କଅଁଳ କଢି

ବୌଦ୍ଧ: ଖୋଲା ଆକାଶ ତଳେ ଚାଲିଛି ଶିଶୁର ଭବିଷ୍ୟତ ଗଢା । ନା ପାଠପଢାର ଆବଶ୍ୟକ ଉପକରଣ ରହିଛି ନା ମୁଣ୍ଡ ଉପରେ ଅଛି ଛାତ । ତଥାପି ବିପଦଜନକ ଅବସ୍ଥାରେ ପାଠ ପଢୁଛନ୍ତି କଅଁଳ ଶିଶୁ । ଶିକ୍ଷା ବ୍ୟବସ୍ଥାର ଏଭଳି କଦର୍ଯ୍ୟ ଚିତ୍ର କେଉଁ ଉପାନ୍ତ ଅଞ୍ଚଳର ନୁହେଁ ବରଂ ବୌଦ୍ଧ ଜିଲ୍ଲା ମୁଷୃଣ୍ଢି ପଞ୍ଚାୟତ ଯୋଗିବେରୁଣୀ ଗ୍ରାମସ୍ଥିତ ଅଙ୍ଗନବାଡି କେନ୍ଦ୍ରର ଅଟେ । ସବୁଠୁ ବଡ କଥା ହେଉଛି, ଏହି ଅଙ୍ଗନବାଡି କେନ୍ଦ୍ର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ସିଡିପିଓଙ୍କ କାର୍ଯ୍ୟାଳୟ ।

ଯୋଗିବେରୁଣୀ ଗ୍ରାମସ୍ଥିତ ଏହି ଅଙ୍ଗନବାଡି କେନ୍ଦ୍ରର ପୂର୍ବରୁ ଟିଣ ଛାତ ରହିଥିଲା । ମାତ୍ର ଗତବର୍ଷ ଫେବୃଆରୀ ମାସରେ ଏହି ଟିଣ ଛାତଟି ବି ଉଡି ଯାଇଥିଲା । ସେବେଠାରୁ କେନ୍ଦ୍ର ଏଭଳି ଖୋଲା ରହିଛି । ବର୍ତ୍ତମାନ କୋରୋନା ପ୍ରଭାବ ହ୍ରାସ ନେଇ ଅଙ୍ଗନବାଡି କେନ୍ଦ୍ର ଖୋଲାଯିବା ପରେ ଛୋଟ ଛୋଟ ପିଲା ଉକ୍ତ ଭଙ୍ଗା ଅଙ୍ଗନବାଡି କେନ୍ଦ୍ରରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି । ଏ ସମ୍ପର୍କରେ ଅଙ୍ଗନବାଡି ଦିଦି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ଇଟିଭି ଭାରତ ତଥ୍ୟ ସଂଗ୍ରହ କରିବାରୁ ବିଭାଗ ଓଲଟା ଅଙ୍ଗନବାଡି ଦିଦିକୁ ତାଗିଦ କରିବା ସହ ଏଭଳି ଘଟଣା ପ୍ରଘଟ ନ କରିବାକୁ ଚେତାବନୀ ଦେଇଥିବା ସୂଚନା ମିଳିଛି । ଯୋଗିବେରୁଣୀ ଗ୍ରାମରେ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେବା ପୂର୍ବରୁ ଯଦି ଏଠାରେ କୌଣସି ଅଘଟଣ ଘଟେ ତେବେ କିଏ ଏନେଇ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଓ ଅଭିଭାବକ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.