ବୌଦ୍ଧ : ଆସନ୍ତା ଦଣ୍ଡ ଯାତ୍ରାକୁ ନେଇ ଗାଇଡଲାଇନ ଜାରି କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ । ତେବେ ଏଥିପାଇଁ ଜାରି କରାଯାଇଥିବା କଟକଣାକୁ ବୌଦ୍ଧ ଜିଲ୍ଲା ଦଣ୍ଡ ମହାସଂଘ ଓ ଜିଲ୍ଲା ଜନ ଅଧିକାର ସୁରକ୍ଷା ମଞ୍ଚ ବିରୋଧ କରି ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି ।
![ଦଣ୍ଡ ଯାତ୍ରା କଟକଣାକୁ ନେଇ ଦଣ୍ଡ ମହାସଂଘର ଜରୁରୀ ବୈଠକ](https://etvbharatimages.akamaized.net/etvbharat/prod-images/od-boud-02-satya-danda-defort-od10020_20032021152507_2003f_1616234107_637.jpg)
![ଦଣ୍ଡ ଯାତ୍ରା କଟକଣାକୁ ନେଇ ଦଣ୍ଡ ମହାସଂଘର ଜରୁରୀ ବୈଠକ](https://etvbharatimages.akamaized.net/etvbharat/prod-images/od-boud-02-satya-danda-defort-od10020_20032021152507_2003f_1616234107_96.jpg)
ମୁଣ୍ଡାପଡା ପଞ୍ଚାୟତ କିରାସିରା ଗ୍ରାମସ୍ଥିତ ଗୁପ୍ତେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ତିରିଶରୁ ଊର୍ଦ୍ଧ୍ବ ଦଣ୍ଡ ଯାତ୍ରା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଏହାର ବିରୋଧ କରିଥିଲେ । ବିଶେଷ ଭାବରେ ଦଣ୍ଡ କୌଣସି ଗାଁକୁ ଭ୍ରମଣ କରିପାରିବେ ନାହିଁ ବୋଲି କଟକଣା ରହିଥିବାରୁ ଏହାକୁ ବିରୋଧ କରାଯାଇଥିଲା । ଅନ୍ୟ କିଛି ଜିଲ୍ଲାରେ ପ୍ରଶାସନ ଯାତ୍ରା ପାଇଁ ନିୟମରେ କୋହଳ କରିଥିବାବେଳେ ବୌଦ୍ଧ ଜିଲ୍ଲାରୁ ଦଣ୍ଡ ଯାତ୍ରାର ଉତ୍ପତ୍ତି ହୋଇଥିବା ସତ୍ତ୍ୱେ ଏଠାରେ କଠୋର କଟକଣାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ସେହିପରି ବୌଦ୍ଧ ଜିଲ୍ଲା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ଏହି କଟକଣାର ପୁନର୍ବିଚାର ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ