ETV Bharat / state

ଧାନ ସଂଗ୍ରହ ଆରମ୍ଭରୁ ମୁଣ୍ଡରେ ବାଜିଲାଣି ଚାଳ, କଟନୀ ଛଟନୀ ଅଭିଯୋଗ

author img

By ETV Bharat Odisha Team

Published : Dec 23, 2023, 8:13 PM IST

Irregularity in Paddy Procurement in Boudh: ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇଥିବା ବେଳେ କଟନୀ ଛଟନୀ ଓ ଦଲାଲ ସକ୍ରିୟତାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଧିକ ପଢ଼ନ୍ତୁ

ଧାନ ମଣ୍ଡି ଧାନକ୍ରୟରେ ଅନିୟମିତତା
ଧାନ ମଣ୍ଡି ଧାନକ୍ରୟରେ ଅନିୟମିତତା

ଧାନ ମଣ୍ଡି ଧାନକ୍ରୟରେ ଅନିୟମିତତା

ବୌଦ୍ଧ: ଧାନ ସଂଗ୍ରହ ଆରମ୍ଭରୁ ମୁଣ୍ଡରେ ଚାଳ ବାଜିଲାଣି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇଥିବା ବେଳେ କଟନୀ ଛଟନୀ ଓ ଦଲାଲ ସକ୍ରିୟତାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଆଜି ସରକାରୀ ଛୁଟି ସତ୍ତ୍ବେ ଚାଷୀ ପ୍ରତିନିଧିମାନେ ଅଭିଯୋଗ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଫେରାଦ ହୋଇଛନ୍ତି ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ଧାନ ମଣ୍ଡିରେ ଚଳିତ ବର୍ଷର ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇ ଗଲାଣି । କୃଷି ପ୍ରଧାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଖରିଫ୍ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଛି । ତେବେ ମଣ୍ଡି ଆରମ୍ଭରୁ ଚାଳରେ ମୁଣ୍ଡ ବାଜିବା ନ୍ୟାୟରେ ଧାନ ସଂଗ୍ରହ ଆରମ୍ଭରୁ କଟନୀ ଛଟନୀ ଓ ଦଲାଲ ସକ୍ରିୟତାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଧାନ ମଣ୍ଡି ଆରମ୍ଭ ମାତ୍ରେ ଚାଷୀଙ୍କୁ କଟନୀ ଛଟନୀର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ଏନେଇ ଆଜି ସରକାରୀ ଛୁଟି ସତ୍ତ୍ବେ ଚାଷୀ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ 60 ଟି ଧାନକ୍ରୟ କେନ୍ଦ୍ର ମାଧ୍ୟମରେ ଚଳିତ ବର୍ଷ ଚାଷୀମାନଙ୍କର ଖରିଫ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଏହି ଧାନ ସଂଗ୍ରହ ଆରମ୍ଭ ହେବା ସହିତ ବିଭିନ୍ନ ସ୍ଥାନରେ ଧାନ ବ୍ୟବସାୟୀ ଓ ଦଲାଲ ମାନେ ସକ୍ରିୟ ହୋଇ ଉଠିଛନ୍ତି । ଗରିବ ଚାଷୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ସେମାନଙ୍କ ଟୋକନ ହାତେଇ କମ ଦରରେ ଧାନକ୍ରୟ କରୁଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଜମିରୁ ଧାନକଟା ଆରମ୍ଭ ସମୟରେ ହିଁ କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଏଭଳି କଟନୀ ଛଟନୀ ଓ ଦଲାଲଙ୍କ ଦୈରାତ୍ମ୍ୟକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଧାନ କମିଟି ବୈଠକ, ମିଲରଙ୍କ କଟନୀ ଛଟନୀକୁ ନେଇ ଜୟପୁର ବିଧାୟକଙ୍କ ଅସନ୍ତୋଷ

ସେପଟେ ଜିଲ୍ଲାର ଯୋଗାଣ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଛି । ଆଜି ଜିଲ୍ଲାର ବିଭିନ୍ନ ଚାଷୀ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ନିକଟରେ ଏଭଳି ଅନିୟମିତତା ତଥା ବିଭାଗୀୟ ଅଧିକାରୀମାନଙ୍କ ନୀରବତାକୁ ନେଇ ଅଭିଯୋଗ କରିଛନ୍ତି । ଯଦି ଏଭଳି ସମସ୍ୟା ଲାଗି ରହେ ତେବେ ଆଗାମୀ ଦିନରେ ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରହିବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.