ETV Bharat / state

ଅଙ୍ଗନବାଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ - ବୌଦ୍ଧରେ ଅଙ୍ଗନବାଡି କର୍ମଚାରୀ ନିଯୁକ୍ତି ସମସ୍ୟା

ବୌଦ୍ଧରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉପୁଜିଛି ନାନା ସମସ୍ୟା । କେଉଁଠି ଅଙ୍ଗନବାଡି ଗୃହ ଅଭାବ ତ ଅନ୍ୟ କେଉଁଠି ନିଯୁକ୍ତିରେ ଅନିୟମିତତା ନେଇ ଅଭିଯୋଗ । ଅଧିକ ପଢନ୍ତୁ...

ଅଙ୍ଗନବାଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ

author img

By

Published : Aug 3, 2021, 2:23 PM IST

ବୌଦ୍ଧ: ସମସ୍ୟା ଘେରରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । କେଉଁଠି ଅଙ୍ଗନବାଡି କେନ୍ଦ୍ରକୁ ନେଇ ସମସ୍ୟା ତ ପୁଣି କେଉଁଠି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି ।

ଅଙ୍ଗନବାଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ
ଅବ୍ୟବସ୍ଥିତ ତଥା ସମସ୍ୟା ଘେରରେ ବୌଦ୍ଧର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । କେଉଁଠି ଅଙ୍ଗନବାଡି ଗୃହ ଅଭାବ ତ ଅନ୍ୟ କେଉଁଠି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ଅଧିନରେ 22 ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ରହିଛି । ତନ୍ମଧ୍ୟରୁ ଅନେକ ଅଙ୍ଗନବାଡି କେନ୍ଦ୍ରରେ ଦେଖାଦେଇଛି ଚରମ ଅବ୍ୟବସ୍ଥା । ହରଭଙ୍ଗା ବ୍ଲକ ସାନବଙ୍କାପଡା, ଯୋଗୀବେଣୀ ଭଳି ଗ୍ରାମରେ ଅଙ୍ଗନବାଡି ଗୃହ ଅଭାବ ଥିବାବେଳେ ଉପାନ୍ତ ତଥା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗ୍ରାମରେ ଆଦୌ ଅଙ୍ଗନବାଡି କେନ୍ଦ୍ର ନାହିଁ ।

ଫଳରେ ସେଠାରେ ଶିଶୁମାନଙ୍କୁ ସୁଷମ ଖାଦ୍ୟ ନମିଳିବା କାରଣରୁ ସେମାନେ କୁପୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ସେହିପରି ଅତଳସରା ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣ ହୋଇଥିଲେ ମଧ୍ୟ କର୍ମୀଙ୍କ ନିଯୁକ୍ତିକୁ ନେଇ ଦେଖାଦେଇଛି ସମସ୍ୟା । ସେପଟେ ହରଭଙ୍ଗା ସିଡିପିଓଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ମିଟର ଦୂରରେ ଥିବା ଚାରିଛକ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଜଣେ ସ୍ଥାନୀୟ ଅସହାୟ ମହିଳାଙ୍କୁ ଅଗ୍ରାଧିକାର ଦିଆନଯାଇ ଜଣେ ଜିଲ୍ଲା ବାହାର ପ୍ରାର୍ଥୀଙ୍କୁ ବେଆଇନ ଭାବରେ ନିଯୁକ୍ତିକୁ ସ୍ଥାନୀୟ କମିଟି ବିରୋଧ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.