ETV Bharat / state

ମିନି ବ୍ୟାଙ୍କ ଓ ସମବାୟ କେନ୍ଦ୍ର ବ୍ୟାଙ୍କରେ ଅନିୟମିତତା ଅଭିଯୋଗ - ବ୍ୟାଙ୍କ ଓ ସମବାୟ ସମିତିରେ ଅନିୟମିତତା ଅଭିଯୋଗ

ବୌଦ୍ଧ ସମବାୟ ସମିତି ଓ ମିନି ବ୍ୟାଙ୍କ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ନାଁରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ମିନି ବ୍ୟାଙ୍କ ଓ ସମବାୟ କେନ୍ଦ୍ର ବ୍ୟାଙ୍କରେ ଅନିୟମିତତା ଅଭିଯୋଗ

author img

By

Published : Feb 17, 2021, 10:07 PM IST

ବୌଦ୍ଧ: ସମବାୟ ସମିତି ଓ ମିନି ବ୍ୟାଙ୍କ ଦାୟିତ୍ୱରେ ଥିବା କର୍ମଚାରୀ ବ୍ୟାପକ ଦୁର୍ନୀତିରେ ଜଡିତ ଥିବା ଅଭିଯୋଗ । ଏଥିସହ ଖୋଦ ବ୍ଲକ ଅଧ୍ୟକ୍ଷ କେନ୍ଦ୍ର ସମବାୟ ବ୍ୟାଙ୍କର ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ମିନି ବ୍ୟାଙ୍କ ଓ ସମବାୟ କେନ୍ଦ୍ର ବ୍ୟାଙ୍କରେ ଅନିୟମିତତା ଅଭିଯୋଗ
ଅବ୍ୟବସ୍ଥା ଘେରରେ ବୌଦ୍ଧ ସମବାୟ ସମିତି । କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା ମୁଣ୍ଡାପଡା ସେବା ସମବାୟ ସମିତି ଓ ମିନି ବ୍ୟାଙ୍କ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆସିଛି । ଏହି ସମବାୟ ସମିତିରେ ଚାଷୀଙ୍କୁ ବାରମ୍ବାର ହଇରାଣ ହରକତ କରାଯାଉ ଥିବାବେଳେ ମିନି ବ୍ୟାଙ୍କ ପାସବୁକକୁ ବର୍ଷ ବର୍ଷ ଧରି ହିତାଧିକାରୀଙ୍କୁ ଦିଆନଯାଇ ଏଥିରେ ବ୍ୟାପକ ଅନିୟମିତତା କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ବୁଧବାର ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବ୍ୟାଙ୍କର ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଖୋଦ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ବ୍ୟାଙ୍କର ପୂର୍ବତନ ସମ୍ପାଦକ ଙ୍କ ମନୋମୁଖୀ କାର୍ଯ୍ୟ ତଥା ଉନ୍ନୟନ କାର୍ଯ୍ୟ ନାଁରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏନେଇ ଜିଲ୍ଲାପାଳ ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.