ETV Bharat / state

ବୌଦ୍ଧରେ ଚାଲିଛି ବେଧଡକ ବାଲି ଚୋରା ଚାଲାଣ, ନାହିଁ ପ୍ରଶାସନର ନିଘା !

author img

By ETV Bharat Odisha Team

Published : Sep 13, 2023, 10:28 AM IST

ବୌଦ୍ଧ ଜିଲ୍ଲା ମହାନଦୀର ଭରାନଦୀରୁ ବେଆଇନ ବାଲି ଉତ୍ତୋଳନ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ଅଧିକ ପଢନ୍ତୁ

illegal sand smuggling
illegal sand smuggling
illegal sand smuggling

ବୌଦ୍ଧ: ବୌଦ୍ଧରେ ପୁଣି ମାତିଲେଣି ବାଲି ମାଫିଆ । ଜିଲ୍ଲାର ମହାନଦୀର ଭରାନଦୀରୁ ହେଉଛି ବେଆଇନ ବାଲି ଉତ୍ତୋଳନ । ଫଳରେ ରାଜସ୍ବ ବିଭାଗର କାର୍ଯ୍ୟ ଶୈଳୀକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବାଲିଘାଟ ମାଫିଆଙ୍କ କବଜାରେ ରହି ଆସିଛି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେଉଛି । ବୌଦ୍ଧ ଓ ହରଭଙ୍ଗା ତହସିଲ ଅଧିନରେ ବାଘନଦୀ ଓ ସାଲୁଙ୍କୀ ନଦୀ ସହିତ ମହାନଦୀ ବାଲି ଉତ୍ତୋଳନର ହେଉଛି ପ୍ରମୁଖ ସ୍ଥାନ । ଜିଲ୍ଲାର ମହାନଦୀ ପଠାରୁ ବର୍ଷ ତମାମ ବିଭିନ୍ନ ସ୍ଥାନରେ ବେଆଇନ ବାଲିଘାଟ ପ୍ରସ୍ତୁତ କରି ସରକାରୀ ଲଘୁ ଖଣିଜ ସମ୍ପଦକୁ ଲୁଟ କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ପ୍ରତ୍ୟେକ ବର୍ଷ ବର୍ଷା ଦିନ ପୂର୍ବରୁ ବାଲି ମାଫିଆ ମାନେ ନଦୀରୁ ବାଲି ଉତ୍ତୋଳନ କରି ଅନେକ ସ୍ଥାନରେ ବିଭିନ୍ନ ଆଳରେ ଗଚ୍ଛିତ କରି ରଖୁଥାନ୍ତି । ଏନେଇ ପୂର୍ବରୁ ଅନେକ ବାର ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ ପକ୍ଷରୁ ଚଢାଉ କରାଯାଇ ଫାଇନ ଆଦାୟ କରାଯାଉଥିଲା । କିନ୍ତୁ ଚଳିତ ବର୍ଷ ଏଭଳି ଚଢ଼ାଉ ଏତେଟା ହେଉ ନ ଥିବାରୁ ବାଲି ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରାଇରଙ୍ଗପୁରରେ ବାଲି ଓ ଚିପ୍ସ ବୋଝେଇ ୩ଟି ହାଇୱା ଜବତ; ୪ ଗିରଫ

ବର୍ତ୍ତମାନ ମହାନଦୀର ଭରାନଦୀରୁ ମେସିନ ଦ୍ବାରା ବାଲି ଉତ୍ତୋଳନ ଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହରଭଙ୍ଗା ତହସିଲ ଅର୍ନ୍ତଗତ ସୁରୁଣ୍ଡି ନିକଟସ୍ଥ ମହାନଦୀ ଘାଟରେ ଏକ ଡଙ୍ଗାରେ ମୋଟର ଦ୍ବାରା ଏଭଳି ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବା ପରିଲକ୍ଷିତ ହୋଇଛି । ଏଭଳି ବେଆଇନ ଭାବେ ବାଲି ଉତ୍ତୋଳନ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ମହାନଦୀର ବାଲିକୁ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ହେବାରେ ଲାଗିଛି ।

ଗତକାଲି ଜିଲ୍ଲାର ସମସ୍ତ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ବୈଠକରେ ରାଜସ୍ବ ବିଭାଗର ସମସ୍ତ କାର୍ଯ୍ୟ ଧାରା ଓ ରାଜସ୍ବ ଆଦାୟ ଉପରେ ଆଲୋଚନା ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଉତ୍ତୋଳନ ବିରୋଧରେ କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସେନେଇ ମଧ୍ୟ ପ୍ରଶ୍ନ ଉଠିତିଲା । ତେଣୁ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.