ETV Bharat / state

ମେସିନ ଯୋଗାଇବା ନାଁରେ ମହିଳା ଗୋଷ୍ଠୀଙ୍କୁ ଚୂନ ଲଗାଇ ଫେରାର ଠିକା ସଂସ୍ଥା

author img

By ETV Bharat Odisha Team

Published : Oct 12, 2023, 1:22 PM IST

ମାଇକ୍ରୋ ଫାଇନାନ୍ସ କମ୍ପାନୀ ଶୋଷଣର ଶିକାର ହେଉଛନ୍ତି ମହିଳା ଗୋଷ୍ଠୀ । ମେସିନ ଯୋଗାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

allegation against microfinance companies

ବୌଦ୍ଧ: ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟରେ ଅତିଷ୍ଠ ହିତାଧିକାରୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ନାଁ ରେ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାଛଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କେତେକ ସଂସ୍ଥା ମହିଳା ଗୋଷ୍ଠୀଙ୍କୁ ହଳଦୀ ଗୁଣ୍ଡ, ଚୂନା, ତେଲ, ଡାଲି ପ୍ରକ୍ରିୟାକରଣ, ମସଲା ଗୁଣ୍ଡ ମେସିନ ଯୋଗାଇ ଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।ମହିଳା ଗୋଷ୍ଠୀ ଙ୍କ ସରଳତାର ସୁଯୋଗ ନେଇ ଲୁଟିବାରେ ଲାଗିଛନ୍ତି ମାଇକ୍ରୋ ଫାଇନାନ୍ସ କମ୍ପାନୀ ।

ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ କୋଡିଏ ଟି ମାଇକ୍ରୋ ଫାଇନାନ୍ସ କମ୍ପାନୀ ସେମାନଙ୍କ ଶାଖା ଖୋଲି ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରୁଛନ୍ତି । କିନ୍ତୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଆରବିଆଇର ଗାଇଡଲାଇନ ଉଲଘଂନ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଆର୍ଥିକ ଶୋଷଣ ଶିକାର ହେଉଛନ୍ତି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପଟରେ ମହିଳା ଗୋଷ୍ଠୀଙ୍କୁ ଏଭଳି ସଂସ୍ଥାମାନେ ଶୋଷଣ କରୁଛନ୍ତି । ଏନେଇ ଥାନାରେ ଅଭିଯୋଗ କରିବା ସହିତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ମହିଳା ଗୋଷ୍ଠୀ ।

ଏହା ମଧ୍ୟ ପଢନ୍ତୁ -‘ଆର୍ଥିକ ସହାୟତା ନାଁରେ ମହିଳା ଗୋଷ୍ଠୀଙ୍କୁ ଶୋଷଣ କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ’

ଏହା ମଧ୍ୟ ପଢନ୍ତୁ- ମାଇକ୍ରୋ ଫାଇନାନ୍ସ କମ୍ପାନୀକୁ ଋଣ ଫେରସ୍ତ ପାଇଁ 6 ମାସ ଅଧିକ ସମୟ ପ୍ରଦାନ କାରିବାକୁ ଦାବି

ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହିତ ଏନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକ ମହିଳା ଗୋଷ୍ଠୀଙ୍କୁ ଏକ ପ୍ରକାର ଆର୍ଥିକ ଶୋଷଣ କରିବାରେ ଲାଗି ପଡିଛନ୍ତି । ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଦୈରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଛନ୍ତି ମହିଳା ଗୋଷ୍ଠୀ । ସେପଟେ ବର୍ତ୍ତମାନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ହଳଦୀ ବିଭିନ୍ନ ମେସିନ ଯୋଗାଇ ଦେବା ନାଁରେ ବ୍ୟାପକ ଅର୍ଥ ଆଦାୟ କରି ସମ୍ପୃକ୍ତ ସଂସ୍ଥାର କର୍ମଚାରୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ସମାଜସେବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଜିଲ୍ଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.