ETV Bharat / state

ବୌଦ୍ଧରେ ଅଖିମୁଠି ଅନୁକୂଳ, କୃଷିକ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ଚାଷୀ - ବୌଦ୍ଧର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ପାଳିତ

ଅନୁକୂଳ ପାଗ ମଧ୍ୟରେ ପାଳିତ ହେଲା କୃଷିର ପର୍ବ ଅକ୍ଷୟ ତୃତୀୟା । ବୌଦ୍ଧ ଭଳି କୃଷି ପ୍ରଧାନ ଜିଲ୍ଲାରେ ଜଣେ ଜିଲ୍ଲା କୃଷି ଅଧିକାରୀ ସ୍ଥାୟୀ ଭାବରେ ନଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଅଧିକ ପଢ଼ନ୍ତୁ

ବୌଦ୍ଧର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ପାଳିତ

author img

By

Published : Apr 23, 2023, 8:03 PM IST

ବୌଦ୍ଧର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ପାଳିତ

ବୌଦ୍ଧ: ଆନନ୍ଦ ଉଲ୍ଲାସ ମଧ୍ୟରେ ବୌଦ୍ଧର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ପାଳିତ ହୋଇଛି । ଏହି ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କୃଷି ପ୍ରଧାନ ଜିଲ୍ଲାରେ ଆଜି ଅନୁକୂଳ ପାଗ ମଧ୍ୟରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଷୁଣ୍ଢି ଠାରେ ସ୍ବତନ୍ତ୍ର ହଳିଆ ଗୀତ ମାଧ୍ୟମରେ ପାଳନ କରାଯାଇଥିଲା । ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ନିଜେ ଗୋ ପୂଜନ ସହିତ ହଳ କରିଥିଲେ । ଖୋଳତାଳ ମଧ୍ୟରେ ହୁଳହୁଳି ଦେଇ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ କୃଷକମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଏହାସହ ଭାରତୀୟ କିଷାନ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାର ତେତେଲେଙ୍ଗାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରାଯାଇଥିଲା । ଏହି ଅବସରରେ ପ୍ରଭୁ ବଳରାମ, ଶ୍ରୀଜଗନ୍ନାଥ ଓ ମାତା ଲକ୍ଷ୍ମୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ତେବେ ବୌଦ୍ଧ ଭଳି କୃଷି ପ୍ରଧାନ ଜିଲ୍ଲାରେ ଜଣେ ଜିଲ୍ଲା କୃଷି ଅଧିକାରୀ ସ୍ଥାୟୀ ଭାବରେ ନଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।

ଏହାଛଡା ଜିଲ୍ଲାରେ ଅନେକ ଜଳ ଉତ୍ସ ରହିଥିଲେ ମଧ୍ୟ ଆବଶ୍ୟକ ମୁତାବକ ଡ୍ୟାମ୍‌ ନିର୍ମାଣ ହୋଇନଥିବାରୁ ପର୍ଯ୍ୟାପ୍ତ ଜଳସେଚନ ହୋଇ ପାରୁନାହିଁ । ଜିଲ୍ଲାର ଟିକରପଡା ପଞ୍ଚାୟତ ଗୁରୁଜିମୁଣ୍ଡା ନିକଟରେ ଥିବା ସାଲୁଙ୍କୀ ନଦୀରେ ଏକ ସେଚ୍‌ ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି । ଏ ସମ୍ପର୍କରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ସାକ୍ଷାତ କରି ଆଲୋଚନା କରିସାରିଛି । କିନ୍ତୁ ଅଞ୍ଚଳର ସର୍ଭେ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇ ନଥିବାରୁ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ଆଗାମୀ ଜୁନ 23 ତାରିଖରେ ଭାରତୀୟ କିଷାନ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୌଦ୍ଧ ଜିଲ୍ଲାରେ ଜଳ ଉତ୍ସ ସହିତ ପାଲଝାର କୃଷି ଫାର୍ମ ଓ ବିହନ କେନ୍ଦ୍ର ରହିଥିଲେ ମଧ୍ୟ ଅନେକ ସମୟରେ ଏନେଇ ଚାଷୀ ସମସ୍ୟା ର ସମ୍ମୁଖୀନ ହୋଇ ଆସୁଛି । ଏହାଛଡା ଆଜି ଅକ୍ଷୟ ତୃତୀୟା ଅବସରରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳରେ ସମସ୍ତ ବିଭାଗୀୟ ଅଧିକାରୀ ଓ ଅଙ୍ଗନବାଡି କର୍ମୀ ବାଲ୍ୟବିବାହ ନିରୋଧ ପାଇଁ ଶପଥ ଗ୍ରହଣ କରିଥିଲେ । ବୌଦ୍ଧରେ ମଧ୍ୟ ଆଦର୍ଶ କୃଷି ବଜାର ଠାରେ ଚାଇଲ୍ଡ ଲାଇନ, ଓ୍ବାନ ଷ୍ଟପ ସେଣ୍ଟର ପକ୍ଷରୁ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.