ବୌଦ୍ଧ: ଦିଲ୍ଲୀର ତାତି ବୌଦ୍ଧରେ ଅନୁଭୂତ ହେଲା । ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ସରକାରଙ୍କ ଦମନ କାର୍ଯ୍ୟକୁ ନେଇ ଶୁକ୍ରବାର ଏଆଇଏସଏଫ ପକ୍ଷରୁ ଘୋର ବିରୋଧ ସହ ବୌଦ୍ଧ ଏନଏସି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ବିଗତ ଦିନରେ ଜବାହରଲାଲ ନେହେରୁ ୟୁନିଭରସିଟିରେ ଫି’ ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯାଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ବିରୋଧ କରାଯାଇଛି । ସରକାର ଶିକ୍ଷାର ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରୁଥିବା ଅଭିଯୋଗ କରି ଏଆଇଏସଏଫ ପକ୍ଷରୁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢେ଼ଇ କରିବ ବୋଲି ରାଜ୍ୟ ସଭାନେତ୍ରୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ