ETV Bharat / state

କୃଷି ବିଭାଗର ଦୁର୍ନୀତି ଲୁଚାଇବାକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଆନ୍ଦୋଳନ ପାଇଁ ସଜ ହେଲେଣି ଚାଷୀ - boudha district news

ବୌଦ୍ଧ ଜିଲ୍ଲାରେ ଖବର ପ୍ରଶାରଣ ପରେ ବନ୍ଦ ହେଲା ଦୁଇ ଦିନ ଧରି କୃଷି ମହୋତ୍ସବ ନାଁ ରେ ଚାଲିଥିବା ରଙ୍ଗିଲା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

କୃଷି ବିଭାଗର ଦୁର୍ନୀତି ଲୁଚେଇବାକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ , ଆନ୍ଦୋଳନ ପାଇଁ ସଜ ହେଉଛନ୍ତି ଚାଷୀ

author img

By

Published : Mar 19, 2021, 6:16 AM IST

ବୌଦ୍ଧ: ଦୁଇ ଦିନ ଧରି କୃଷି ମହୋତ୍ସବ ନାଁରେ ସଂଧ୍ୟା ସମୟରେ ନାଚଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା ।ଆଉ ମହୋତ୍ସବରେ ସମସ୍ତ ଷ୍ଟଲ ଛାଡି ରଙ୍ଗୀନ କାର୍ଯ୍ୟକ୍ରମ ସ୍ଥାନରେ କର୍ମଚାରୀ ଭିଡ ଜମାଇଥିଲେ ।ଗୋଟିଏ ପଟରେ ବୌଦ୍ଧ ଜିଲ୍ଲାର ଚାଷୀ ଧାନବିକ୍ରି ଓ ବିହନକୁ ନେଇ ଦୁଃଖରେ ଭାଙ୍ଗି ପଡିଥିବାବେଳେ କୃଷି ବିଭାଗର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ 2ଦିନ ଧରି ଚାଲିଥିବା ନେଇ ଇଟିଭି ଭାରତରେ ଖବର ପ୍ରସାରିତ ହୋଇଥିଲା ।

କୃଷି ବିଭାଗର ଦୁର୍ନୀତି ଲୁଚେଇବାକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ , ଆନ୍ଦୋଳନ ପାଇଁ ସଜ ହେଉଛନ୍ତି ଚାଷୀ

ଏହାପରେ ସଂଧ୍ୟାରେ କୃଷି ମହୋତ୍ସବ ନାଁରେ ଚାଲିଥିବା ନାଚଗୀତକୁ ଜଣେ କରିତକର୍ମା ବାବୁଙ୍କ ଇଙ୍ଗିତରେ ବନ୍ଦ କରିବାକୁ କୃଷି ବିଭାଗ ବାଧ୍ୟ ହୋଇଥିଲା । ସେପଟେ ଚାଷୀ ଓ କୃଷି କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ପରିସ୍ଥିତି ଉତ୍ତେଜନା ଲାଗି ରହିଥିବାରୁ ଉତ୍ସବ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଚର୍ଚ୍ଚା ହେଉଛି । ସେହିପରି କୃଷି ବିଭାଗର ବିହନ ଦୁର୍ନୀତିକୁ ନେଇ ଚାଷୀ କଡା ସମାଲୋଚନା କରିଥିବାବେଳେ ଏନେଇ ଚାଷୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.