ETV Bharat / state

ବିଜେଡି କବଜାରେ ବୌଦ୍ଧ, 5ମ ଥର ପାଇଁ ଜିତିଲେ ଅମାତ

ବୌଦ୍ଧରେ ବିଜେଡିର ମହା ବିଜୟ । ନିଜର ଚିର ପ୍ରତିଦ୍ୱନ୍ଦ୍ବୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ହରାଇ ପଞ୍ଚମ ଥର ବୌଦ୍ଧର ବିଧାୟକ ହେଲେ ପ୍ରଦୀପ କୁମାର ଅମାତ ।

author img

By

Published : May 24, 2019, 4:03 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ପଞ୍ଚମ ଥର ପାଇଁ ବୌଦ୍ଧବାସୀଙ୍କ ଜନ ସମର୍ଥନ ପାଇଛନ୍ତି ବିଧାୟକ ପ୍ରଦୀପ କୁମାର ଅମାତ । ଗୁରୁବାର ଅନୁଷ୍ଠିତ ଭୋଟ ଗଣନାରେ ଅମାତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ବୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ହରାଇ ପଞ୍ଚମ ଥର ବୌଦ୍ଧର ବିଧାୟକ
ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳ ଉଭୟ ଆସନ ପୁନର୍ବାର ବିଜେଡି ଦଖଲକୁ ଆସିଛି । ନିଜ ପ୍ରତିଦ୍ୱନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ଦଶ ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଛନ୍ତି ପ୍ରଦୀପ କୁମାର ଅମାତ । ସେପଟେ କଣ୍ଟାମାଳ ଆସନରେ ବିଜେଡିର ମହୀଧର ରଣା ନିଜ ପ୍ରତିଦ୍ୱନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗଙ୍କୁ ସାଢେ ତିନି ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଛନ୍ତି । ବିଜୟ ସହ ବିଜେଡି ଶିବିରରେ ଆନନ୍ଦ ଓ ଖୁସିର ଲହରୀ ଖେଳିଯାଇଥିବା ବେଳେ ମହୀଧରଙ୍କ ଶେଷ ପର୍ଯ୍ୟାୟରେ ମ୍ୟାଜିକ ଭଳି ବିଜୟ କଣ୍ଟାମାଳର ବିଜେଡି ପ୍ରେମୀଙ୍କୁ ଆନନ୍ଦିତ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପଞ୍ଚମ ଥର ପାଇଁ ଜନ ସମର୍ଥନ ପାଇଛନ୍ତି ବୌଦ୍ଧ ର ବିଧାୟକ ପ୍ରଦୀପ କୁମାର ଅମାତ । ଗୁରୁବାର ଦିନ ଅନୁଷ୍ଠିତ ଭୋଟ ଗଣନା ରେ ଶ୍ରୀ ଅମାତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ସୁଶାନ୍ତ କୁମାର ପ୍ରଧାନ ଙ୍କୁ ହରାଇ ପଞ୍ଚମ ଥର ବୌଦ୍ଧ ର ବିଧାୟକ ହୋଇଛନ୍ତି ।

Body:ବୌଦ୍ଧ ଜିଲ୍ଲା ର ଦୁଇ ନିର୍ବାଚନ ମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳ ଉଭୟ ଆସନ ପୁନର୍ବାର ବିଜେଡି ଦଖଲକୁ ଆସିଛି ।ବୌଦ୍ଧ ଆସନରେ ବିଜେଡିର ପ୍ରଦୀପ କୁମାର ଅମାତ ନିଜ ପ୍ରତିଦ୍ୱନ୍ଦୀ ବିଜେପି ର ସୁଶାନ୍ତ କୁମାର ପ୍ରଧାନ ଙ୍କୁ ଦଶ ହଜାର ରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରିଥିବା ବେଳେ କଣ୍ଟାମାଳ ଆସନରେ ବିଜେଡି ର ମହୀଧର ରଣା ନିଜ ପ୍ରତିଦ୍ୱନ୍ଦୀ ବିଜେପି ର କହ୍ନେଇ ଚରଣ ଡାଙ୍ଗଙ୍କୁ ସାଢେ ତିନି ହଜାର ରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରିଛନ୍ତି ।ଆଜି ବିଜେଡି ଶିବିରରେ ଆନନ୍ଦ ଓ ଖୁସିର ଲହରୀ ଖେଳିଯାଇଥିବା ବେଳେ ମହୀଧର ଙ୍କ ଶେଷ ପର୍ଯ୍ୟାୟ ରେ ମ୍ୟାଜିକ ଭଳି ବିଜୟ କଣ୍ଟାମାଳ ର ବିଜେଡି ପ୍ରେମୀଙ୍କୁ ଆନନ୍ଦିତ କରିଛି ।

Conclusion:ବାଇଟ-୧-ପ୍ରଦୀପ କୁମାର ଅମାତ, ନିର୍ବାଚିତ ବିଧାୟକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.