ETV Bharat / state

ମନମୁଣ୍ଡାରେ ସିଡିଭିଓଙ୍କ ପରେ ପୁଣି ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ - ମନମୁଣ୍ଡାରେ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ

ଗତ ଚାରି ଦିନ ପୂର୍ବରୁ ବୌଦ୍ଧଠାରେ ଏକ ଗୋମାତାକୁ ସେବା ଯୋଗାଇ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ ଜଣେ ବ୍ୟକ୍ତିଙ୍କ ଆକ୍ରମଣର ଶୀକାର ହୋଇଥିବା ବେଳେ ଏବେ ବକେୟା ବିଦ୍ୟୁତ ଦେୟକୁ ନେଇ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସିଡିଭିଓଙ୍କ ପରେ ବର୍ତ୍ତମାନ ମନମୁଣ୍ଡାରେ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ

author img

By

Published : Mar 24, 2021, 9:32 AM IST

ବୌଦ୍ଧ: ଦିନକୁ ଦିନ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ଗତ ଚାରି ଦିନ ପୂର୍ବରୁ ବୌଦ୍ଧଠାରେ ଏକ ଗୋମାତାକୁ ସେବା ଯୋଗାଇ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ ଜଣେ ବ୍ୟକ୍ତିଙ୍କ ଆକ୍ରମଣର ଶୀକାର ହୋଇଥିଲେ । ଏନେଇ ସାରା ରାଜ୍ୟରେ ପ୍ରାଣୀଧନ ଚିକିତ୍ସକମାନେ ପ୍ରତିବାଦ କରିବା ସହ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବୌଦ୍ଧଠାରେ ସିଡିଭିଓଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବୌଦ୍ଧ ପୋଲିସ ଗିରଫ କରି ସାରିଛି ।

ସିଡିଭିଓଙ୍କ ପରେ ବର୍ତ୍ତମାନ ମନମୁଣ୍ଡାରେ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ

ସେପଟେ ସୋମବାର ପୁଣିଥରେ ମନମୁଣ୍ଡାଠାରେ ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ବକେୟା ବିଦ୍ୟୁତ ଦେୟକୁ ନେଇ ଜଣେ ବ୍ୟକ୍ତି ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ମନମୁଣ୍ଡା ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଜିଲ୍ଲାରେ ବାରମ୍ବାର କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣ କୁନେଇ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଅନ୍ୟପଟେ ପଡୋଶୀ ସୋନପୁର ଜିଲ୍ଲାର ଏଟିଏମରୁ ଟଙ୍କା ଲୁଟ ଘଟଣାରେ ବୌଦ୍ଧ ଜିଲ୍ଲାର ଚାରିଜଣ ଅଭିଯୁକ୍ତଙ୍କ ଗିରଫ ଜିଲ୍ଲାରେ ବଢୁଥିବା ଅପରାଧିକ ପ୍ରବଣତାକୁ ପୁଣିଥରେ ସ୍ପଷ୍ଟ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.