ETV Bharat / state

ସଡକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ସଡକ ଦୁର୍ଘଟଣାରେ ମୃତ୍ୟୁ ପରେ ଶବକୁ ରାସ୍ତାରେ ରଖି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ । ସେପଟେ ସ୍ବାସ୍ଥ୍ୟ ବିଭାଗର ଏକ ଟିମର ଦୁଇ ଜଣ ଯୁବତୀଙ୍କୁ ଭୂତ ଲାଗିବା ଘଟଣା ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ...

author img

By

Published : Dec 6, 2020, 11:03 PM IST

ସଡକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ
ସଡକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ବୌଦ୍ଧ : ଥମିବାର ନାଁ ଧରୁନି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ହେଉଛି । ଶନିବାର ଦିନ ମନମୁଣ୍ଡା ଥାନା ଅଞ୍ଚଳରେ ହୋଇଥିବା ସଡକ ଦୁର୍ଘଟଣାରେ ଗୁରୁତର ଜଣଙ୍କର ରବିବାର ମୃତ୍ୟୁ ହୋଇଯିବାରୁ ମୃତକଙ୍କ ପରିବାର ମୃତଦେହ ଧରି ଉପଯୁକ୍ତ କ୍ଷତି ପୂରଣ ଦାବିରେ ରାଜରାସ୍ତା ଅବରୋଧ କରିଥିଲେ । ଦୀର୍ଘ ସମୟ ରାସ୍ତା ବନ୍ଦ ହେବାରୁ ଘଟଣାସ୍ଥଳରେ କଣ୍ଟାମାଳ ବିଡ଼ିଓ ବନ୍ଦନା ଖଟୁଆ, ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ଓ ସହାୟତା ରାଶି ପ୍ରଦାନ ପରେ ରାସ୍ତା ଅବରୋଧ ହଟିଥିଲା ।

ସେହିପରି ବୌଦ୍ଧ ଥାନା ଅନ୍ତର୍ଗତ ସାମ୍ପୋଚ ଛକ ନିକଟରେ ଏକ ନିର୍ମାଣାଧୀନ ସେତୁ ତଳକୁ ଖସିପଡି ତିନି ଜଣ ଯୁବକ ଗୁରୁତର ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେପଟେ କିନ୍ତୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଟିମର ଦୁଇ ଜଣ ଯୁବତୀ ସରସରା ପଞ୍ଚାୟତ ଗୁଡପଡା ଗାଁରେ ଏଭଳି ଉନ୍ମତ୍ତ କାଣ୍ଡ କଲେଯେ, ତୁରନ୍ତ ସେମାନଙ୍କୁ ନିକଟସ୍ଥ ଗୁଣିଆର ସହାୟତା ନେବାକୁ ପଡିଥିଲା । ଶେଷରେ ଭୂତ ଲାଗିଥିବା ଯୁବତୀ ଦ୍ବୟଙ୍କୁ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.