ETV Bharat / state

କର୍ମଚାରୀ ଅଭାବରୁ ବୌଦ୍ଧ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା - Achievement in power department due to lack of employ

ବିଦ୍ୟୁତ୍‌ ବିଭାଗରେ ଅବ୍ୟବସ୍ଥା ନେଇ ଚାପଗ୍ରସ୍ତ ବିଦ୍ୟୁତ କର୍ମଚାରୀ । ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ସହିତ ଷ୍ଟ୍ରକଚରରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଦାବି କରିଛି ।

Achievement in power department due to lack of employee
କର୍ମଚାରୀ ଅଭାବରୁ ବୌଦ୍ଧ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା
author img

By

Published : Dec 11, 2019, 9:02 AM IST

ବୌଦ୍ଧ: ବିଦ୍ୟୁତ୍‌ ବିଭାଗରେ ଅବ୍ୟବସ୍ଥା ନେଇ ଚାପଗ୍ରସ୍ତ ବିଦ୍ୟୁତ କର୍ମଚାରୀ । ଦାବି ପୂରଣ ନହେଲେ ଆନ୍ଦୋଳନ ପାଇଁ ଦେଇଛନ୍ତି ଚେତାବନୀ । ଅଳ୍ପ ସଂଖ୍ୟକ କର୍ମଚାରୀ ଯୋଗୁଁ ବିଦ୍ୟୁତ୍ ବିଭାଗରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦେଖିବାକୁ ମିଳିଛି ସାଉଥକୋ ଅଧିନରେ ଥିବା ବୌଦ୍ଧ ଡିଭିଜନରେ । ଏହି ଡିଭିଜନରେ 2ଟି ସବଡିଭିଜନ ଓ 4ଟି ଫିଡରରେ ମୋଟ 20 ଜଣ ସ୍ଥାୟୀ କର୍ମଚାରୀଙ୍କୁ ନେଇ ଚାଲିଛି କାର୍ଯ୍ୟ ।

କର୍ମଚାରୀ ଅଭାବରୁ ବୌଦ୍ଧ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା

ସେପଟେ ଜିଲ୍ଲାର ଲାଣ୍ଡିବନ୍ଧ ଠାରେ ଗ୍ରୀଡ ସ୍ଥାପନ ପରେ ଜିଲ୍ଲାବାସୀଙ୍କ ବିଦ୍ୟୁତ ସମସ୍ୟା ଦୂର ହେବା ବଦଳରେ କର୍ମଚାରୀଙ୍କ ଅଭାବ ଯୋଗୁଁ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଛି । ମଙ୍ଗଳବାର ଏନେଇ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା କର୍ମକର୍ତ୍ତା ମିଳିତ ଭାବେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ସରକାରଙ୍କ ନିକଟରେ ଦାବି କରିବାକୁ ନିଷ୍ପତ୍ତି ନେଇଥିଲା । ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ସହିତ ଷ୍ଟ୍ରକଚରରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଦାବି କରିଛନ୍ତି ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ । ଏଥି ସହିତ ସାଉଥକୋର ମନମୁଖି କାର୍ଯ୍ୟକୁ ଘୋର ବିରୋଧ ମଧ୍ୟ କରାଯାଇଛି । ତେବେ ଆଗାମୀ ଦିନରେ ଏଦିଗରେ କୌଣସି ପଦକ୍ଷେପ ନିଆନଗଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ନବ ନିର୍ବାଚିତ ସଂପାଦକ ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଅବ୍ୟବସ୍ଥା କୁ ନେଇ ଚାପଗ୍ରସ୍ତ ବିଦ୍ୟୁତ କର୍ମଚାରୀ ।ଆନ୍ଦୋଳନ ପାଇଁ ହେଉଛନ୍ତି ସଜବାଜ ।
ବୌଦ୍ଧ ବିଦ୍ୟୁତ ବିଭାଗ ରେ ଏବେ ଅଳ୍ପ ସଂଖ୍ୟକ କର୍ମଚାରୀ ଯୋଗୁଁ ଦେଖାଦେଇଛି ଅଚଳାବସ୍ଥା ।ସାଉଥକୋ ଅଧିନରେ ଥିବା ବୌଦ୍ଧ ଡିଭିଜନ ରେ ଦୁଇ ଟି ସବଡିଭିଜନ ଓ ଚାରୋଟି ଫିଡରରେ ସମୁଦାୟ ମାତ୍ର କୋଡିଏ ଜଣ ରେଗୁଲାର କର୍ମଚାରୀ ଙ୍କୁ ନେଇ ଚାଲିଛି କାର୍ଯ୍ୟ ।ଲାଣ୍ଡିବନ୍ଧ ଠାରେ ଗ୍ରୀଡ ସ୍ଥାପନ ପରେ ଜିଲ୍ଲାବାସୀଙ୍କ ବିଦ୍ୟୁତ ସମସ୍ୟା ଦୂର ହେବା ବଦଳରେ କର୍ମଚାରୀ ଅଭାବ ଯୋଗୁଁ ଏବେଠାରୁ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଛି ।ମଙ୍ଗଳବାର ଏନେଇ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା କର୍ମକର୍ତ୍ତା ମିଳିତ ଭାବେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ସରକାରଙ୍କ ନିକଟରେ ଦାବି କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା ।ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ସହିତ ଷ୍ଟ୍ରକଚରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ ଆଦି ଦାବୀ କରିଛନ୍ତି ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ।ଏଥି ସହିତ ସାଉଥକୋ ର ମନୋମୁଖି କାର୍ଯ୍ୟ କୁ ଘୋର ବିରୋଧ କରାଯାଇଥିଲା ।ଏହାର ତୁରନ୍ତ ବିଚାର କରାନଗଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ନବ ନିର୍ବାଚିତ ସଂପାଦକ ଚେତାବନୀ ଦେଇଛନ୍ତି ।

Body:କର୍ମଚାରୀଙ୍କ ଅଭାବ ରୁ ବୌଦ୍ଧ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା ।

Conclusion:ବାଇଟ-୧-ରାଧେଶ୍ୟାମ ପାଳ,ସଂପାଦକ, ବିଦ୍ୟୁତ କର୍ମଚାରୀ ସଂଘ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

TAGGED:

boudh news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.