ବୌଦ୍ଧ: ଯୁବକଙ୍କ ନିଖୋଜର ସାତ ଦିନ ବିତିଲାଣି । ତାଙ୍କ ସମ୍ପର୍କରେ କୌଣସି ଖୋଜଖବର ନମିଳିବାରୁ ଏବେ ପୁରା ପରିବାର ଚିନ୍ତାରେ ।
ସୂଚନାମୁତାବକ, ବୌଦ୍ଧ ସହରର ଏନଏସି ଛକ ଠାରେ ଏକ ପ୍ରମୁଖ ମୋବାଇଲ ଦୋକାନର ମାଲିକ ଗତ ୧୧ ତାରିଖରୁ କୁଆଡେ ନିଖୋଜ ହୋଇଯାଇଛନ୍ତି । ଏନେଇ ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ନିଖୋଜ ହେବା ପୂର୍ବରୁ ଯୁବକ ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମୋଟର ସାଇକେଲରେ ବସି ଯାଉଥିବା ସମୟର ସିସିଟିଭି ଫୁଟେଜ ଫୋଟ ଇଟିଭି ଭାରତର ହସ୍ତଗତ ହୋଇଛି । ନିଖୋଜ ଯୁବକଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ଦୁଃଖ ଓ ଅଜଣା ଭୟରେ ସମୟ ବିତାଉଛନ୍ତି ।
ସେପଟେ ଶନିବାର ତେଲିବନ୍ଧ ନିକଟସ୍ଥ ମହାନଦୀ ଘାଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବଲାଙ୍ଗୀର ଜିଲ୍ଲାର ଦୁଇ ଭଉଣୀ ତେଲନଦୀରେ ବୁଡିଯାଇଥିବାବେଳେ ଗତକାଲି ସାନ ଭଉଣୀଙ୍କ ମୃତଦେହ ସୋନପୁର ନିକଟରୁ ଉଦ୍ଧାର ହୋଇଥିବାବେଳେ ରବିବାର ବାଉଁଶୁଣୀ ନିକଟରେ ଅନ୍ୟ ଯୁବତୀଙ୍କ ମୃତଦେହ ଭାସିଯାଉଥିବାବେଳେ ସୁମନ୍ତ ମେହେର ନାମକ ଯୁବକ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଅଗ୍ନିଶମ କର୍ମଚାରୀ ମୃତଦେହକୁ ପିଛାକରି ତେଲିବନ୍ଧ ନିକଟରେ ଠାବ କରି ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ