ବୌଦ୍ଧ: ବୌଦ୍ଧ ଜିଲ୍ଲା ଗୋଛାପଡାଠାରୁ ଅନୁଗୋଳକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ମହାନଦୀ ବ୍ରିଜ ଛକ ଠାରେ ନାଇଟ ପେଟ୍ରୋଲିଂ ପୋଲିସ ହାତରେ ଧରାପଡିଛି ଏକ କ୍ବିଣ୍ଟାଲ ଗଞ୍ଜେଇ । ଏଥିରେ ବ୍ୟବହୃତ ଏକ ମାରୁତି କାର ସହିତ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । କିଭଳି ଓ କାହା ଛତ୍ର ଛାୟା ତଳେ ଏଭଳି ବେଆଇନ କାର୍ଯ୍ୟ ବେଧଡକ ଚାଲିଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଦନ୍ତାହାତୀ ହତ୍ୟା ମାମଲାରେ ତିନି ଦିନ ହେଲା ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରି ମାଧପୁର ଓ ପୁରୁଣାକଟକ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସେପଟେ ଗତ କିଛି ଦିନ ପୂର୍ବରୁ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଜଙ୍ଗଲରେ ଦନ୍ତାହାତୀ ଶିକାର ଘଟଣାରେ କିଛି ସ୍ଥାନୀୟ ଗାଁ ଲୋକଙ୍କୁ ଜଙ୍ଗଲ ବିଭାଗ ପଚରାଉଚରା ନାଁରେ ତିନି ଦିନ ହେଲା ଅକଥନୀୟ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗାଁର କିଛି ମହିଳା ମାଧପୁର ରେଞ୍ଜ ଓ କିଛି ବୁଦ୍ଧିଜୀବୀ ପୁରୁଣାକଟକ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ