ETV Bharat / state

ପାଞ୍ଚ ପ୍ରାଣୀ କୁଟୁମ୍ବକୁ ଆଶ୍ରା ଛେଳି ଗୁହାଳ

ପାଞ୍ଚ ପ୍ରାଣୀ କୁଟୁମ୍ବର ପରିବାରକୁ ଆଶ୍ରା ଛେଳି ଗୁହାଳ । ଏଭଳି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ବରଂ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର । ଅଧିକ ପଢନ୍ତୁ...

author img

By

Published : Feb 6, 2021, 7:07 AM IST

ପାଞ୍ଚ ପ୍ରାଣୀ କୁଟୁମ୍ବକୁ ଆଶ୍ରା ଛେଳି ଗୁହାଳ
ପାଞ୍ଚ ପ୍ରାଣୀ କୁଟୁମ୍ବକୁ ଆଶ୍ରା ଛେଳି ଗୁହାଳ

ବୌଦ୍ଧ: ପାଞ୍ଚ ପ୍ରାଣୀ କୁଟୁମ୍ବର ପରିବାରକୁ ଆଶ୍ରା ଛେଳି ଗୁହାଳ । ଏଭଳି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ବରଂ ବୌଦ୍ଧ ଜିଲ୍ଲା ସଦର ବ୍ଲକଠାରୁ ମାତ୍ର ଆଠ କିଲୋମିଟର ଦୂରରେ ଥିବା ଖୁଣ୍ଟବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର । ସେହି ଗ୍ରାମର ଧିଙ୍ଗରାସାହିରେ ଦୀର୍ଘ ବର୍ଷ ହେଲା ବାସ କରି ଆସୁଛନ୍ତି ବଳରାମଙ୍କ ପରିବାର । ବାସ କହିଲେ ଶ୍ବଶୁର ଘର ପାଞ୍ଚ ହାତର ଡିହ। ପରିବାରର ପାଞ୍ଚ ପ୍ରାଣୀ କୁଟୁମ୍ବ ମହାନଦୀରୁ ମାଛମାରି ନଚେତ ଛେଳି ଚରାଇ ପରିବାର ପ୍ରତିପୋଷଣ କରନ୍ତି ।

ପାଞ୍ଚ ପ୍ରାଣୀ କୁଟୁମ୍ବକୁ ଆଶ୍ରା ଛେଳି ଗୁହାଳ

ନିଜର କେତୋଟି ଛେଳି ସହ ଏହି ପରିବାର ଏକ ଭଙ୍ଗା ଦଦରା ଝୁପୁଡି ଘରେ ପଲିଥିନ ଟାଣି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗରେ ସରକାରୀ ଚାଉଳ ମୁଠାଏ ମିଳେ । ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ଏମାନଙ୍କ ପାଇଁ ତାହା ସାତ ସପନ ଭଳି ମନେହୁଏ । ତେବେ ତୁରନ୍ତ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.