ETV Bharat / state

ଭିଜିଲାନ୍ସ ଜାଲରେ ଜଣେ ପୋଲିସ ବାବୁ, ଫୋନ୍-ପେ' ମାଧ୍ୟମରେ ନେଉଥିଲେ ପିସି - ଫୋନ୍ ପେ ରେ ନେଉଥିଲେ ଲାଞ୍ଚ

ପୁଣି ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ । ବାବୁ ଫୋନ୍-ପେ' ମାଧ୍ୟମରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ଜାଲରେ ଜଣେ ପୋଲିସ କର୍ମଚାରୀ
ଭିଜିଲାନ୍ସ ଜାଲରେ ଜଣେ ପୋଲିସ କର୍ମଚାରୀ
author img

By ETV Bharat Odisha Team

Published : Nov 22, 2023, 6:50 AM IST

ବୌଦ୍ଧ: ପୁଣି ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ । କିଛି ଦିନ ତଳେ ଗଞ୍ଜେଇ ଚାଷ ପାଇଁ ମୁଲଚାଲ କରି ଛ‘ ଲକ୍ଷ ଟଙ୍କା ନେଉଥିବା ବେଳେ ଟଙ୍କା ସହିତ ଜଣେ ପୋଲିସ କର୍ମଚାରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ । ଆଜି ପୁଣି ଜଣେ ଲାଞ୍ଚୁଆ ପୋଲିସ ବାବୁ ଫୋନ୍-ପେ ମାଧ୍ୟମରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣକାରୀଙ୍କୁ ଅନୁକମ୍ପା ଦେଖାଇ ଏଭଳି ଲାଞ୍ଚ କାରବାର କରାଯାଉଥିବା ଅଭିଯୋଗ ହୋଇଛି । ବାଉଶୁଣୀ ଥାନାରେ କାର୍ଯ୍ୟରତ ବିକ୍ରମ କେଶରୀ ଦେହୁରୀ ନାମକ କର୍ମଚାରୀ ଲାଞ୍ଚ ନେଇ ଏବେ ହରଡ଼ଘଣାରେ ପଡ଼ିଛନ୍ତି ।

ଲାଞ୍ଚୁଆ ପୋଲିସ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ । ଗତ କିଛି ଦିନ ତଳେ ବୌଦ୍ଧ ଜିଲ୍ଲାର ବଘିଆପଡା ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ହେବାର ସୁରାକ୍‌ ପାଇ ପୋଲିସ ପହଞ୍ଚି ଥିଲା । କିନ୍ତୁ ସେଠି ଦୋଷୀକୁ ଧରିବା ବଦଳରେ ମୁଲଚାଲ କରି ଛ‘ ଲକ୍ଷ ଟଙ୍କା ନେଉଥିବା ବେଳେ ଟଙ୍କା ସହିତ ଜଣେ ପୋଲିସ କର୍ମଚାରୀଙ୍କୁ ଭିଜିଲାନ୍ସ କାବୁ କରିଥିଲା । ଜିଲ୍ଲା ପୋଲିସର ପିଛା ଛାଡ଼ିବାର ନାଁ ଧରୁ ନାହାନ୍ତି ଭିଜିଲାନ୍ସ । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ଯୋଗୁଁ ଜିଲ୍ଲାର ପୋଲିସ ବିଭାଗରେ ଲାଞ୍ଚ କାରବାର ଓ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଛି । କେବଳ ଦଶହରା ସମୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ଵର ପିସି କାରବାର ହେଉଛି । ଏଭଳି ଭାବେ କିଛି ପୋଲିସ କର୍ମଚାରୀ ପିସି ନେବା କଥା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀରେ ବିପଦରେ ବ୍ୟବସାୟୀ, ବଟି ପାଇଁ ଚାଲୁଛି ଖୁଲମଖୁଲା ଦାଦାଗିରି

ଆଜି ଯେଉଁ ଲାଞ୍ଚୁଆ ପୋଲିସ ବାବୁ ଫୋନ୍-ପେ ମାଧ୍ୟମରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ବାଉଶୁଣୀ ଥାନାରେ କାର୍ଯ୍ୟରତ । ତେବେ ଜଣେ ବ୍ୟକ୍ତିଙ୍କ ଠାରୁ 15 ହଜାର ଟଙ୍କା ଫୋନ୍ ପେ ମାଧ୍ୟମରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଏକ ଗଞ୍ଜେଇ ମାମଲାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ବାଇକ ଫେରାଇବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା । ଏହାପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ବାବୁ ବାଇକ ଫେରାଇ ନଥିଲେ, ବରଂ ଦାବି କରିଥିଲେ 15 ହଜାର ଟଙ୍କା ଲାଞ୍ଚ । ଦାବି ମୁତାବକ ଫୋନ୍-ପେ' ମାଧ୍ୟମରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ଟିମ୍‌ରେ ବୌଦ୍ଧ ଭିଜିଲାନ୍ସ ଡିଏସପି, କନ୍ଧମାଳ ଡିଏସପି ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ । ବାରମ୍ବାର ଜିଲ୍ଲା ପୋଲିସ ଲାଞ୍ଚ କାରବାରରେ ସମ୍ପୃକ୍ତି ଅଭିଯୋଗ ଯୋଗୁଁ ଜନସାଧାରଣ କିଭଳି ନ୍ୟାୟ ପାଇବେ ସେନେଇ ଉଠିଛି ପ୍ରଶ୍ନବାଚୀ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.